ଓଡିଶା

odisha

ETV Bharat / bharat

ମିରଟରେ ସିଏଏ ହିଂସା, 30 ପୋଲିସ କର୍ମୀଙ୍କୁ ଜୀଅନ୍ତା ଜାଳିବାକୁ ପ୍ରୟାସ - ମେରଠରେ ସିଏଏ ହିଂସା

ନାଗରିକତା‌ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆନ୍ଦୋଳନ ଓ ହିଂସା ସମୟରେ ଭିଡିଓ ଜାରି କରିଛି ମିରଟ ପୋଲିସ । ଭିଡିଓରେ 30ରୁ ଉର୍ଦ୍ଧ୍ବ ପୋଲିସଙ୍କୁ ଏକ ଦୋକାନ ଘରେ ଜବରଦସ୍ତି ରଖି ଜୀଅନ୍ତା ଜାଳିବା ପାଇଁ ପ୍ରୟାସ କରିଥିଲେ ଦଙ୍ଗାକାରୀ ଓ ବିକ୍ଷୋଭକାରୀ ।

attempted to burn 35 policemen
ଡିଜାଇନ ଫଟୋ

By

Published : Jan 2, 2020, 8:43 PM IST

ମିରଟ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେର ଧନଜୀବନ ହାନୀ ହେବା ସହ ଦେଶର ଅନେକ ରାଜ୍ୟ ପ୍ରବଳ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ହିଂସାକାଣ୍ଡ ଭିତରେ ଏବେ ମିରଟ ପୋଲିସ ଦୁଇଟି ଭିଡିଓ ଜାରି କରିଛି । 20 ଡିସେମ୍ବରରେ ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସମୟର ଏହି ଭିଡିଓ ଜାରି କରି ପୋଲିସ କହିଛି ଯେ କିଛି ଉପଦ୍ରବକାରୀ ପୋଲିସକୁ ଜୀଅନ୍ତା ଜାଳି ଦେବା ପାଇଁ ପ୍ରୟାସ କରିଥିଲେ । ଏହାସହ ଅନ୍ୟ ଏକ ଭିଡିଓରେ ବିକ୍ଷୋଭକାରୀ ମାନେ ସାଧାରଣ ସମ୍ପତ୍ତିକୁ ନଷ୍ଟ କରୁଥିବା ଭିଡିଓ ପୋଲିସ ଜାରି କରିଛି ।ଏହି ଦୁଇଟି ଭିଡିଓ ଲିସାଡିଗେଟର ବୋଲି କୁହାଯାଉଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ମିରଟ ଏସଏସପି ଏହି ଦୁଇଟି ଭିଡିଓ ଜାରି କରି କୁହାଯାଇଛି ଯେ, ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ପୋଲିସ ଗୋଟିଏ ଘରେ ପଶି ଯାଇଥିଲେ । ଏହି ସମୟରେ ପୋଲିସକୁ ଜୀଅନ୍ତା ଜାଳିବା ପାଇଁ ପ୍ରୟାସ କରିଥିଲେ ଉପଦ୍ରବକାରୀ । ଭିଡିଓରେ କିଛି ପୋଲିସ କର୍ମୀ ନିଆଁରୁ କିଭଳି ନିଜକୁ ବଞ୍ଚାଇଛନ୍ତି ତାହା ଦେଖିବାକୁ ମିଳୁଛି ।

ସେହପରି ଅନ୍ୟ ଏକ ଭିଡିଓରେ ଏକ ବଡ ସଂଖ୍ୟାରେ ପୋଲିସ କର୍ମୀ ଏକ ଦୋକାନର ସଟରରୁ ବାହରକୁ ବାହାରୁଥିବାର ଦେଖିବାକୁ ମିଳଛି । ପୋଲିସ ଅଧିକାରୀଙ୍କ କହିବା ମୁତାବକ ଯେତେବେଳେ ଅତିରିକ୍ତ ପୋଲିସ ବାହିନୀ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁ କବଳରେ ଥିବା ପୋଲିସ କର୍ମୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା ।

ସିଟି ଏସପି ଅଖିଳେଶ ନାରାୟଣ ସିଂହ କହିଛନ୍ତି ଯେ, ଦୋକାନ ଘରେ ପାଖାପାଖି 30ରୁ 35 ପୋଲିସ କର୍ମୀ ଥିଲେ । ଏମାନଙ୍କୁ ବିକ୍ଷୋଭକାରୀ ମାନେ ଜୀଅନ୍ତା ଜାଳିବା ପାଇଁ ପ୍ରୟାସ କରିଥିଲେ । ଉପଦ୍ରବକାରୀ ମାନେ ପୋଲିସକର୍ମୀଙ୍କୁ ଜାଳି ମାରିବା ପାଇଁ ପୂର୍ବପ୍ରସ୍ତୁତି ଯୋଜନା କରିଥିଲେ । ଯାଞ୍ଚ ପରେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏପସି ଅଖିଳେଶ ନାରାୟଣ ସିଂହ ।

ABOUT THE AUTHOR

...view details