ପାଟଣା: ବିହାରର ସମସ୍ତିପୁର ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ କ୍ବାରେଣ୍ଟାଇନ କେନ୍ଦ୍ର ଉପରେ କିଛି ଅସାମାଜିକ ଲୋକେ ଆକ୍ରମଣ କରିଛନ୍ତି । ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।
ମଙ୍ଗଳବାର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବିଷ୍ଣୁପୁରର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକ କ୍ବାରେଣ୍ଟାଇନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ବାହାରେ ଥିବା ଲୋକମାନଙ୍କୁ 14 ଦିନ ଯାଏଁ ଅଲଗା ରଖାଯାଇଛି । ଅଭିଯୋଗ ଅନୁସାରେ ଏହି କେନ୍ଦ୍ର ଉପରେ ସୋମବାର ରାତି କିଛି ଅସାମାଜିକ ଲୋକେ ଆକ୍ରମଣ କରି ସେଠାରେ ରହୁଥିବା ଲୋକଙ୍କୁ ବାଡ଼ି ସାହାଯ୍ୟରେ ପିଟିଥିଲେ ।