ହାଇଦ୍ରାବାଦ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଉପରେ ହାଇଦ୍ରାବାଦର ଜଣେ ମହିଳା ସମାଜସେବୀ ନିଜ ମତ ରଖିଛନ୍ତି । ଜାନୁଆରୀ 5ରେ ଜେଏନୟୁ ଉପରେ ଆକ୍ରମଣ କରି ଯୁବପିଢିଙ୍କୁ ଚୁପ୍ କରାଇବା ଚାହାଁନ୍ତି ବୋଲି ସେ କହିଛନ୍ତି ।
‘CAA ଓ NRCରୁ ଯୁବପିଢିଙ୍କୁ ଶାନ୍ତ କରିବା ପାଇଁ ଜେଏନୟୁ ଉପରେ ଆକ୍ରମଣ ହୋଇଛି’ - JNU ଉପରେ ଆକ୍ରମଣ
ହାଇଦ୍ରାବାଦର ଜଣେ ମହିଳା ସମାଜସେବୀଙ୍କ ମତରେ ସିଏଏ ଓ ଏନଆରସିରେ ଯୁବପିଢିଙ୍କୁ ଶାନ୍ତ କରିବା ପାଇଁ ଜେଏନୟୁ ଉପରେ ଆକ୍ରମଣ କରାଯାଇଛି । ସେ ଏହା ମଧ୍ୟ କହିଥିଲେ କି ସମ୍ପୂର୍ଣ୍ଣ ଛାତ୍ର ସଙ୍ଗଠନକୁ ଡରାଇବା ପାଇଁ ଜେଏନୟୁ ଉପରେ ଆକ୍ରମଣ କରାଯାଇଛି ।
ସିଏଏ ଓ ଏନଆରସିକୁ ନେଇ ଯୁବପିଢିଙ୍କୁ ଶାନ୍ତ କରିବା ପାଇଁ ଛାତ୍ରଙ୍କ ଉପରେ ଆକ୍ରମଣ କରାଯାଇଥିବା କହିଛନ୍ତି ସମାଜସେବୀ ଦେବୀ । ପ୍ରଥମେ ଜେଏନୟୁ ପରେ ଜାମିୟା ଉପରେ ଆକ୍ରମଣ କରାଯାଇଥିଲା ଏହାପରେ ସମ୍ପୂର୍ଣ୍ଣ ଦେଶର ଛାତ୍ର ସ୍ବର ଉତ୍ତୋଳନ କରିଥିଲେ । ତେଣୁ ଏପରି ଏକ ଆକ୍ରମଣ କରି ସମସ୍ତ ଛାତ୍ର ସଙ୍ଗଠନକୁ ଚୁପ୍ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।
ରବିବାର ଛାତ୍ରଙ୍କ ଉପରେ ଆକ୍ରମଣ ଫଳରେ ଦେଶସାରା ଆନ୍ଦୋଳନର ସ୍ଥିତି । ଏଥିପାଇଁ ଜେଏନୟୁ ପ୍ରଶାସନ ସମେତ ରାଜନେତା ମଧ୍ୟ ଘଟଣାର ଯାଞ୍ଚ ପାଇଁ ଅପିଲ କରିଛନ୍ତି । ଏହାସହ ଏପରି ସ୍ଥିତି ନ ଉପଜିବା ପାଇଁ ଜେଏନୟୁ ଗେଟ୍ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।