ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଘରେ ଆକ୍ରମଣ । କିଛି ଦୁର୍ବୃତ୍ତ ତାଙ୍କ ଘର ବାହାରେ ଥିବା ଅଫିସରେ ଆକ୍ରମଣ କରିବା ସହ ସହାୟକ ପ୍ରଦୀପ୍ତଙ୍କୁ ମାଡ ମଧ୍ୟ ମାରିଛନ୍ତି । ଏହାସହ ଆକ୍ରମଣ ସମୟରେ ତାଙ୍କ 11 ବର୍ଷର ଝିଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 5ଟା 30 ମିନିଟ ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ସହାୟକଙ୍କ କହିବାନୁସାରେ, ସନ୍ଧ୍ୟା 5ଟା 30 ସମୟରେ ଘରେ କିଛି ଆକ୍ରମଣକାରୀ ପ୍ରବେଶ କରି ମାରପିଟ୍ କରିଛନ୍ତି । ସେହି ସମୟରେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଉପସ୍ଥିତ ଥିଲେ । ଆକ୍ରମଣକାରୀ କଂଗ୍ରେସ ନେତାଙ୍କ ବିରୋଧରେ ନାରା ଦେଉଥିଲେ ତେଣୁ ଏହା ସମ୍ପୂର୍ଣ୍ଣ ରାଜନୈତିକ ବୋଲି ତାଙ୍କ ସହାୟକ ପ୍ରଦୀପ୍ତ ସୂଚନା ଦେଇଛନ୍ତି ।