ଓଡିଶା

odisha

ETV Bharat / bharat

'ନିର୍ବାଚନ ପୂର୍ବରୁ ହିଁ ସର୍ଜିକାଲ ଷ୍ଟ୍ରାଇକ୍‌ କରନ୍ତି କେନ୍ଦ୍ର ସରକାର' - ପିଓକେରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସର ପ୍ରଶ୍ନ

ପିଓକେରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ମୋଦି ସରକାରରେ ଠିକ୍‌ ନିର୍ବାଚନ ପୂର୍ବରୁ ହିଁ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥାଏ ବୋଲି କଂଗ୍ରେସ ନେତା ଅଖିଳେଶ ସିଂହ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Oct 20, 2019, 11:09 PM IST

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି କୁହାଯାଉଛି । ତେବେ ଗୋଟିଏ ପଟେ ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ ଅନ୍ୟପଟେ ଏନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ମୋଦି ସରକାରରେ ଠିକ୍‌ ନିର୍ବାଚନ ପୂର୍ବରୁ ହିଁ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥାଏ ବୋଲି କଂଗ୍ରେସ ନେତା ଅଖିଳେଶ ସିଂହ କହିଛନ୍ତି ।

ପରୋକ୍ଷ ଭାବରେ ବିଜେପିକୁ ସମାଲୋଚନା କରି ଅଖିଳେଶ ସିଂହ କହିଛନ୍ତି, ସରକାର ଏବେ ସେନାର ସଫଳତାକୁ ନେଇ ରାଜନୀତି କରିବା ଆରମ୍ଭ କରିବେ। ସୋମବାର ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭୋଟରଙ୍କ ଧ୍ୟାନ ଆକର୍ଷଣ ପାଇଁ ଏଭଳି ସର୍ଜିକାଲ ଷ୍ଟ୍ରାଇକ କରାଯାଉଥିବା କହିଛନ୍ତି ଅଖିଳେଶ ସିଂହ ।

ସୂଚନା ଯୋଗ୍ୟ ଯେ, 2016 ରେ ଉରୀ ଆତଙ୍କବାଦୀ ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିବା ବେଳେ 2019 ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ ହୋଇଥିଲା । ତେବେ ବର୍ତ୍ତମାନ ଆର୍ଟିଲରୀ ଗନ ଜରିଆରେ ଭାରତ ତୃତୀୟ ଷ୍ଟ୍ରାଇକ ଭାବେ ବିବେଚିତ କରାଯାଉଛି ।

For All Latest Updates

ABOUT THE AUTHOR

...view details