ନୂଆଦିଲ୍ଲୀ: ବିଭିନ୍ନ ସମସୟରେ ରୋଗୀଙ୍କ ପରିବାର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସାମ୍ନାକୁ ଆସୁଛି । ମାତ୍ର ଏବେ ସାବଧାନ ହୋଇ ଯାଆନ୍ତୁ । ଏଣିକି କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ପଡିବେ ହରଡଘଣାରେ । ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଏଥିସହ ଦିନେ ନୁହେଁ କି ବର୍ଷେ ନୁହେଁ 10 ବର୍ଷ ଜେଲ୍ ଦଣ୍ଡ ଭୋଗି ପାରନ୍ତି । ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ୧୦ ବର୍ଷ ଜେଲ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବେ ।
ଆସୁଛି ବିଲ୍, ଡାକ୍ତରଙ୍କୁ ହାତ ଉଠାଇଲେ 10 ବର୍ଷ ଜେଲ - attack against doctors
ଏଣିକି କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ୧୦ ବର୍ଷ ଜେଲ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ।
ଡିଜାଇନ ଫଟୋ
ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ବିଲ୍ ଆଣିବାକୁ ଯାଉଛନ୍ତି । ଏହି ବିଲ୍ ମୁତାବକ, ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ କୌଣସି ମତେ ୩ ବର୍ଷରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବା ସହ ୨ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିବ ।