ଓଡିଶା

odisha

ETV Bharat / bharat

‘ଆତ୍ମନିର୍ଭରତା’ ୱାର୍ଡ୍ ଅଫ ଦ ଇୟର ଘୋଷିତ

"ଆତ୍ମନିର୍ଭରତା" ବର୍ଷର ଶ୍ରେଷ୍ଠ ଶବ୍ଦ । ଅକ୍ସୋଫୋର୍ଡ ଶବ୍ଦକୋଷ ସଂସ୍ଥା ପକ୍ଷରୁ 2020 ବର୍ଷ ପାଇଁ "ଆତ୍ମନିର୍ଭରତା"କୁ ୱାର୍ଡ ଅଫ ଦ ଇୟର ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ...

atmanirbhar has been declared Word of the Year by oxford
"ଆତ୍ମନିର୍ଭରତା" ୱାର୍ଡ ଅଫ ଦ ଇୟର ଘୋଷିତ

By

Published : Feb 2, 2021, 9:20 PM IST

ନୂଆଦିଲ୍ଲୀ: ‘ଆତ୍ମନିର୍ଭରତା’ ବର୍ଷର ଶ୍ରେଷ୍ଠ ଶବ୍ଦ । ଅକ୍ସୋଫୋର୍ଡ ଶବ୍ଦ କୋଷ ସଂସ୍ଥା ପକ୍ଷରୁ 2020 ବର୍ଷ ପାଇଁ "ଆତ୍ମନିର୍ଭରତା"କୁ ୱାର୍ଡ ଅଫ ଦ ଇୟର (word of the year) ଘୋଷଣା କରାଯାଇଛି ।

ଆଜି (ମଙ୍ଗଳବାର) ଅକ୍ସୋଫୋର୍ଡ ଏହାକୁ ନେଇ ବିଦ୍ଧିବଦ୍ଧ ଭାବରେ ସୂଚନା ଦେଇଛି । ଅକ୍ସୋଫୋର୍ଡ ଶବ୍ଦ କୋଷ ଏହି ଶବ୍ଦ ସ୍ବାବଲମ୍ବୀ ହେବାର ଏକ ପ୍ରତୀକ । ଏହାସହ ଅଭିବ୍ୟକ୍ତି କିମ୍ବା ବିଚାରଧାରାକୁ ଏହା ଦର୍ଶାଉଛି । ଏହାଦ୍ବାରା ଅଧିକାଂଶ ଭାରତୀୟ ପ୍ରେରଣା ପାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ବାନକୁ ବ୍ୟାପକ ସମର୍ଥନ ମିଳିବାରେ ଲାଗିଛି । ଅକ୍ସୋଫୋର୍ଡ ହିନ୍ଦୀ ଶବ୍ଦକୋଷରେ ଥିବା ଆତ୍ମନିର୍ଭରତା ଲୋକଙ୍କ ବିଚାରଧାରାକୁ ବଦଳାଇଛି । କୋରୋନା କାଳରେ ଏହି ସମୟରେ ଏହି ଶବ୍ଦର ଉତ୍ପତି ହୋଇଥିଲା । କୋରୋନା ମହାମାରୀ ଯୋଗୁଁ ଅନେକ ଲୋକ ନିଜର ଚାକିରୀ ହରାଇ ବସିଥିଲେ । ଲକଡାଉନ ଯୋଗୁଁ ଲୋକେ ଘରେ ବସି ରହିଥିଲେ । ଅନେକଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ସେହି ସମୟରେ ଆତ୍ମନିର୍ଭର ଭାରତର ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମହାମାରୀ ଆରମ୍ଭର କେନ୍ଦ୍ର ସରକାରଙ୍କ ପକ୍ଷରୁ ସହୟତା ପ୍ୟାକେଜ ଘୋଷଣା ହେଉଥିଲା । ତେବେ ପରବର୍ତ୍ତୀ ସମୟରେ ଗୋଟିଏ ରାଷ୍ଟ୍ର, ଗୋଟିଏ ଅର୍ଥ ବ୍ୟବସ୍ଥା ଓ ଗୋଟିଏ ସମାଜ ଗଠନ କରିବାକୁ ଆତ୍ମନିର୍ଭର ହେବାକୁ ପ୍ରେରିତ କରିଥିଲେ । ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ନିଜକୁ ଦକ୍ଷ କରିବା । ଯାହା ଫଳରେ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସମ୍ବୋଧନ ପରେ ଆତ୍ମନିର୍ଭରତା ଶବ୍ଦର ପ୍ରଚାର ପ୍ରସାର ହୋଇଥିଲା । ବିଭିନ୍ନ ସମୟରେ ଏହାଦ୍ବାରା ପ୍ରେରିତ ଲୋକ ଲାଭବାନ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ସାକ୍ଷାତ କରିଥିଲେ ।

@ians

ABOUT THE AUTHOR

...view details