ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ତ୍ରିରଙ୍ଗାରେ ଝଲସିଲା ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର ଏଟିସି ଟାୱାର। ଭାରତର ସର୍ବୋଚ୍ଚ ଅଟ୍ଟାଳିକା (ଏୟାର ଟ୍ରାଫିକ କଣ୍ଟ୍ରୋଲ) ଏଟିସି ଟାୱାର ଗଣତନ୍ତ୍ର ଦିବସ 3 ଦିନ ପୂର୍ବରୁ ତ୍ରିରଙ୍ଗାର 3 ରଙ୍ଗ ଆଲୋକ ମାଳାରେ ସୁସଜ୍ମିତ ହୋଇଛି। ଏହାର ଉପର ଭାଗ ଗେରୁଆ, ମଝିରେ ଧଳା ଓ ତଳେ ସବୁଜ ରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଆଲୋକମାଳାରେ ଆଲୋକିତ ଟାୱାରଟି ଦେଖିବାକୁ ଖୁବ ଆକର୍ଷଣୀୟ ଲାଗୁଛି।
ଆଗକୁ ସାଧାରଣତନ୍ତ୍ର ଦିବସ, ତ୍ରିରଙ୍ଗାରେ ଝଲସିଲା ATC ଟାୱାର - Republic Day
ଆଗକୁ ସାଧାରଣତନ୍ତ୍ର ଦିବସ । ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର ଏଟିସି ଟାୱାର ଜାତୀୟ ପତାକାର ତିନି ରଙ୍ଗରେ ରଙ୍ଗୀନ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
![ଆଗକୁ ସାଧାରଣତନ୍ତ୍ର ଦିବସ, ତ୍ରିରଙ୍ଗାରେ ଝଲସିଲା ATC ଟାୱାର ATC Tower](https://etvbharatimages.akamaized.net/etvbharat/prod-images/768-512-5825660-thumbnail-3x2-republic.jpg)
ତ୍ରିରଙ୍ଗା ଆଲୋକମାଳାରେ ଝଲସୁଛି ATC ଟାୱାର
କିଛି ମାସ ତଳେ ନିର୍ମିତ ଅଟ୍ଟାଳିକାଟି କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ସିଂ ପୁରୀ ଦ୍ବାରା ଲୋକର୍ପିତ ହୋଇଥିଲା। ତେବେ 102 ମିଟର ବିଶିଷ୍ଟ ଏହି ଅଟ୍ଟାଳିକାଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏଥିରେ 26 ଓ 12 ଲେବଲରେ 21ଟି ଅତିରିକ୍ତ କଣ୍ଟ୍ରୋଲ ପୋଜିସନ୍ ସହ 25 ଲେବଲରେ ଗ୍ରାଉଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ମଧ୍ୟ ରହିଛି।