ଓଡିଶା

odisha

ETV Bharat / bharat

ଅଟଳ ଟନେଲ: ପ୍ରଥମ ଦିନରେ ଗଡିଲା 250 ଯାନ, ମରାମତି ପାଇଁ ବନ୍ଦ ରହିବ 2 ଘଣ୍ଟା - Atal tunnel will remain closed for 2 hours a day from Sunday

ଶନିବାର ଲୋକାର୍ପିତ ହୋଇଥିବା ବହୁପ୍ରତିକ୍ଷିତ ଅଟଳ ଟନେଲରେ ମରାମତି କାମ ବାକି ରହିଯାଇଥିବାବେଳେ, ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି (ରବିବାର) ଠାରୁ ପ୍ରତ୍ୟେକ ଦିନ 2 ଘଣ୍ଟା ଗାଡି ଚଳାଚଳ ବନ୍ଦ ରହିବ । ଅଧିକ ପଢନ୍ତୁ...

ଅଟଳ ଟନେଲ: ପ୍ରଥମ ଦିନରେ ଗଡିଲା 250 ଯାନ, ମରାମତି ପାଇଁ 2 ଘଣ୍ଟା ରହିବ ବନ୍ଦ
ଅଟଳ ଟନେଲ: ପ୍ରଥମ ଦିନରେ ଗଡିଲା 250 ଯାନ, ମରାମତି ପାଇଁ 2 ଘଣ୍ଟା ରହିବ ବନ୍ଦ

By

Published : Oct 4, 2020, 9:33 AM IST

ସିମଲା: ଯୁଦ୍ଧ ରଣନୀତିକୁ ଗୁରୁତ୍ବ ଦେଇ ହିମାଚଳପ୍ରଦେଶ ରୋହତାଙ୍ଗରେ ଅଟଳ ଟନେଲ ଶନିବାର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ଦିନ ହିଁ ଯାନବାହନ ଚଳାଚଳ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ପ୍ରାୟ 250ଟି ଛୋଟ ବଡ ଯାନ ଅଟଳ ଟନେଲ ଦେଇ ଯାଇଥିଲା । ଏକାସାଙ୍ଗରେ ଲାହୌଲରୁ ଆଳୁ ଭର୍ତ୍ତି ହୋଇଥିବା ଦଶହଜାର ଟ୍ରକ ଜିଲ୍ଲା ବାହାରେ ପରିବା ବଜାରକୁ ଯାଇଥିଲେ |

ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭାର ସମାପ୍ତି ପରେ ଉତ୍ତର ପୋର୍ଟାଲରେ ଆଳୁ ଭର୍ତ୍ତି ଟ୍ରକ ଏବଂ ଅନ୍ୟାନ୍ୟ ଛୋଟ ଯାନଗୁଡ଼ିକର ଟନେଲ ଦେଇ ଯାନବାହନ ପରିବହନ ପାଇଁ ଏକ ଲମ୍ବା ଲାଇନ ଲାଗିଥିଲା । ଯାହା ଅପରାହ୍ନ ପ୍ରାୟ ଚାରିଟା ସମୟରେ ଛଡାଯାଇଥିଲା । ସିସୁରେ ପିଏମ ମୋଦିଙ୍କ ସମାବେଶରେ ଯୋଗଦେବାକୁ ଆସିଥିବା ଲାହୌଲର ଅନେକ ଲୋକ ଟନେଲ ଦେଇ ଦକ୍ଷିଣ ପୋର୍ଟାଲକୁ ଯାଇ ପରେ ଫେରି ଆସିଥିଲେ। ।

ସ୍ଥାନୀୟ ଯୁବକଙ୍କ କହିବାନୂସାରେ, ସେ ନିଜ ବାଇକରେ ଉକ୍ତ ଟନେଲ ଦେଇ ଯାଇଥିଲେ ଓ ଫେରି ଆସିଥିଲେ । ଟନେଲ ଭିତରେ ଯାତ୍ରା କରିବା ଅତିବ ରୋମାଞ୍ଚକର ଥିବା ସେ କହିଛନ୍ତି । ଟନେଲ ଉଦଘାଟନ ପରେ ଅନେକ ଲୋକ ଏହାର ଫଟୋ ଉଠାଉଥିବା ନଜର ଆସିଛନ୍ତି । ତେବେ ଟନେଲ କାମ ଆହୁରି ବାକି ଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରବିବାର ଠାରୁ ଟନେଲକୁ 2 ଘଣ୍ଟା ପାଇଁ ବନ୍ଦ କରାଯିବ ବୋଲି ସୂଚନା ରହିଛି ।

ସକାଳ 9 ଟାରୁ 10 ଏବଂ ସନ୍ଧ୍ୟା 4 ରୁ 5 ପର୍ଯ୍ୟନ୍ତ ଟନେଲରେ କୌଣସି ଗାଡି ଚଳାଚଳ କରିବ ନାହିଁ, ବାକି 22 ଘଣ୍ଟା ସମସ୍ତ ଯାନ ଯାତାୟତ କରିପାରିବ | ରବିବାର ଠାରୁ HRTC ଏକ ବସ ସେବା ମଧ୍ୟ ଆରମ୍ଭ କରିବ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details