ସିମଲା: ଅକ୍ଟୋବର 3ରେ ପ୍ରଧାନମନ୍ତ୍ରୀ ମୋଦି 9.02 କିଲୋମିଟର ଲମ୍ବର ଅଟଳ ଟନେଲର ଉଦଘାଟନ କରିବା ସହ ହିମାଚଳପ୍ରଦେଶର ଅର୍ଥନୀତି କ୍ଷେତ୍ରରେ ଉନ୍ନତି ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଭାରତୀୟ ସେନାକୁ ଅଧିକ ସୁବିଧା ଯୋଗାଇବ ଏବଂ ବିଭିନ୍ନ ବ୍ୟବସାୟ ତଥା ସାମାଜିକ କ୍ଷେତ୍ର ମାଧ୍ୟମରେ ହିମାଚଳପ୍ରଦେଶର ସାମଗ୍ରିକ ଅର୍ଥନୀତିକୁ ସୁଦୃଢ କରିବାରେ ସାହାଯ୍ୟ କରିବ ।
ଏହି ଟନେଲ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବ । ଯାହାଦ୍ବାରା ମନାଲି ଉତ୍ତର-ଭାରତର ସବୁଠୁ ବଡ ଓ ଉତ୍କୃଷ୍ଟ ପର୍ଯ୍ୟଟନସ୍ଥଳ ମଧ୍ୟରେ ଗଣାହେବ ଏବଂ ହିମାଚଳପ୍ରଦେଶର ଅର୍ଥବ୍ୟବସ୍ଥାରେ ପର୍ଯ୍ୟଟନସ୍ଥଳର ବଡ ଯୋଗଦାନ ରହିବ ।
ଲାହୌଲ ଘାଟି ଯାହା ପ୍ରତିବର୍ଷ 6 ମାସ ପର୍ଯ୍ୟନ୍ତ ଦେଶର ଅବଶିଷ୍ଟ ସ୍ଥାନରୁ ବନ୍ଦ ରହୁଥିଲା ଏବେ ତାହା ବର୍ଷସାରା ଖୋଲା ରହିବ । ଲାହୌଲର ଆଳୁ ଓ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ବର୍ତ୍ତମାନ ସହଜରେ ବଜାରରେ ପହଞ୍ଚିବ । ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ଲାହୌଲ-ସ୍ପିଟିର ବିଧାୟକ ଡ଼ ରାମଲାଲ ମାର୍କଣ୍ଡାଙ୍କ କହିବା ଅନୁଯାୟୀ, ଟନେଲ ଦ୍ବାରା ବିଶେଷ ଭାବେ ପର୍ଯ୍ୟଟନ କ୍ଷେତ୍ର ଅଧିକ ଲାଭ ପାଇବ ।
ଗୋଟିଏ ବର୍ଷରେ ଦୁଇ କୋଟି ପର୍ଯ୍ୟଟକଙ୍କୁ ରାଜ୍ୟମୁହାଁ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଯଦି ଆମେ ଗତ 5 ବର୍ଷ ପାଇଁ ଏହି ଆକଳନକୁ ଦେଖିବା ତାହାହେଲେ ହାରାହାରି 25 ଲକ୍ଷ ପର୍ଯ୍ୟଟକ ରାଜ୍ୟ ପରିଦର୍ଶନ କରିବେ । ଯାହାଫଳରେ ଏଠାରେ ରହିଥିବା ବହୁସଂଖ୍ୟକ ହୋଟେଲଗୁଡିକ ଲାଭବାନ ହେବେ ।