ଓଡିଶା

odisha

ETV Bharat / bharat

ଠିକଣା ସମୟରେ ତାଲାବନ୍ଦ ହୋଇନଥିଲେ ଯାଇଥାନ୍ତା 78ହଜାର ଲୋକଙ୍କ ଜୀବନ - ସଠିକ ସମୟରେ ଲକଡାଉନ

ସରକାର ଶୁକ୍ରବାର କହିଛନ୍ତି ଯେ ଯଦି ଠିକଣା ସମୟରେ ତାଲାବନ୍ଦ ହୋଇ ନଥାନ୍ତା ତେବେ ଦେଶରେ କୋରୋନାରେ 78,000 ପ୍ରାଣ ଯାଇଥାନ୍ତା । ଠିକ୍ ସମୟରେ ଲକଡାଉନ୍ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିଛି । ଅଧିକ ପଢ଼ନ୍ତୁ...

early lockdown
early lockdown

By

Published : May 22, 2020, 11:22 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ବିସ୍ତାରକୁ ରୋକିବା ପାଇଁ ସରକାର ଲାଗୁ କରିଥିବା ତାଲାବନ୍ଦକୁ ନେଇ ଅନେକ ଆଲୋଚନା, ସମାଲୋଚନା ଜାରି ରହିଛି । ବିରୋଧୀ କହିଛନ୍ତି ଯେ ସରକାର କୌଣସି ଯୋଜନା ବିନା ଲକଡାଉନ ଲାଗୁ କରିଛନ୍ତି । କେହି କେହି କହୁଛନ୍ତି ଯେ ଲକଡାଉନ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଏସବୁ ମଧ୍ୟରେ ସରକାର ଶୁକ୍ରବାର କହିଛନ୍ତି ଯେ ଯଦି ଠିକଣା ସମୟରେ ତାଲାବନ୍ଦ ହୋଇ ନଥାନ୍ତା ତେବେ ଦେଶରେ କୋରୋନାରେ 78,000 ପ୍ରାଣ ଯାଇଥାନ୍ତା । ଠିକ୍ ସମୟରେ ଲକଡାଉନ୍ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିଛି ।

ପରିସଂଖ୍ୟାନ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ପ୍ରବୀଣ ଶ୍ରୀବାସ୍ତବ କହିଛନ୍ତି ଯେ ଯଦି ଏହି ଲକଡାଉନ ଠିକ୍ ସମୟରେ ହୋଇନଥାନ୍ତା, ତେବେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା 14 ରୁ 29 ଲକ୍ଷକୁ ବୃଦ୍ଧି ପାଇଥାନ୍ତା । ଏହାସହ 37,000 ରୁ 78,000 ଲୋକଙ୍କ ପ୍ରାଣହାନି ହୋଇଥାନ୍ତା ।

ସେ କହିଛନ୍ତି ଯେ ଅନେକ ଅଧ୍ୟୟନ ଅନୁଯାୟୀ ଦେଶରେ ଠିକ ସମୟରେ ତାଲାବନ୍ଦ ଯୋଗୁଁ ଭାରତକୁ ଆମେରିକା, ଇଟାଲୀ, ଫ୍ରାନ୍ସ ଭଳି ଦେଶ ଭଳି କୋରୋନା ସଂକ୍ରମଣରୁ ପହଞ୍ଚିବାରେ ରକ୍ଷା ମିଳିଛି ।

ନୀତି ଆୟୋଗ ସଦସ୍ୟ ଡା. ଭିକେ ପାଲ କହିଛନ୍ତି ଯେ ବୋଷ୍ଟନ କନ୍ସଲ୍ଟିଂ ଗ୍ରୁପର ମଡେଲ ଅନୁଯାୟୀ ଲକଡାଉନ ଲାଗୁ ହେବା ଦ୍ବାରା ଦେଶରେ 1.2 ରୁ 2.1 ଲକ୍ଷ ଜୀବନ ବଞ୍ଚିଥିବାବେଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା 36-70 ଲକ୍ଷରେ ପହଞ୍ଚିବାରୁ ରକ୍ଷା ପାଇଛି ।

ସେହିଭଳି ପବ୍ଲିକ ହେଲ୍‌ଥ‌ ଫାଉଣ୍ଡେସନ ଅଫ ଇଣ୍ଡିଆ ଅନୁଯାୟୀ, ଲକଉାଉନ୍ ଯୋଗୁଁ ପ୍ରାୟ 78,000 ଜୀବନ ରକ୍ଷା ପାଇଛି ଏବଂ ପ୍ରାୟ 28 ଲକ୍ଷ ଲୋକଙ୍କୁ ସଂକ୍ରମିତ ହେବାରୁ ରକ୍ଷା ମିଳିଛି ।

ଏପରିସ୍ଥଳେ ଦେଶରେ ପ୍ରତିଦିନ କୋରୋନା ସଂକ୍ରମଣ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋରୋନା ଭାଇରସର 6,088 ନୂତନ ରୋଗୀ ଦେଖିବାକୁ ମିଳିଥିଲା, ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ।

ଏହା ସହିତ ମୋଟ ମାମଲା 1,18,447 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 148 ଜଣ କୋରୋନା ମୃତ୍ୟୁ ଘଟିଛି ଏବଂ ମୃତ୍ୟୁ ହୋଇଥିବା ରୋଗୀଙ୍କ ସଂଖ୍ୟା 3,583କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ସଂଖ୍ୟା ହେଉଛି 66,330 ।

ABOUT THE AUTHOR

...view details