ଓଡିଶା

odisha

ETV Bharat / bharat

ବାଂଲାଦେଶ ମସଜିଦ‌ରେ ବିସ୍ଫୋରଣ; 12 ମୃତ, 45 ରୁ ଉର୍ଦ୍ଧ୍ବ ଆହତ - At Least 12 Killed, Dozens Injured In Explosion

ବାଂଲାଦେଶର ଏକ ମସଜିଦରେ ଗ୍ୟାସ ବିସ୍ଫୋରଣରେ ଅତି କମରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 45ଜଣ ଆହତ ହୋଇଥିବା ପୋଲିସ କହିଛି। ତେବେ ଗ୍ୟାସ୍‌ ଲିକ୍ କାରଣରୁ ଏସି ଗୁଡ଼ିକ ଫାଟିଥିବା ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି । ଅଧିକ ପଢନ୍ତୁ...

ବାଂଲାଦେଶ ମସ୍‌ଜିଦ୍‌ରେ ବିସ୍ଫୋରଣ; 12 ମୃତ୍ୟୁ, 45 ରୁ ଉର୍ଦ୍ଧ୍ବ ଆହତ
ବାଂଲାଦେଶ ମସ୍‌ଜିଦ୍‌ରେ ବିସ୍ଫୋରଣ; 12 ମୃତ୍ୟୁ, 45 ରୁ ଉର୍ଦ୍ଧ୍ବ ଆହତ

By

Published : Sep 5, 2020, 5:47 PM IST

ଢାକା: ବାଂଲାଦେଶର ଏକ ମସଜିଦରେ ଗ୍ୟାସ ବିସ୍ଫୋରଣରେ ଅତି କମରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 45ଜଣ ଆହତ ହୋଇଥିବା ପୋଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ବାଂଲାଦେଶର ନାରାୟଣଗଞ୍ଜ ନଦୀ ବନ୍ଦର ନଗରରେ ଥିବା ବୈତୁଲ ସଲତ ମସ୍‌ଜିଦ୍‌ରେ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏକକାଳୀନ ୬ଟି ଏୟାର୍‌ କଣ୍ଡିସନର୍‌ ବିସ୍ଫୋରଣ ଘଟିଥିଲା । ତେବେ ଗ୍ୟାସ୍‌ ଲିକ୍ କାରଣରୁ ଏସିଗୁଡ଼ିକ ଫାଟିଥିବା ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ।

ମସଜିଦ ଭିତରକୁ ଲିକ୍ ହୋଇଥିବା ଗ୍ୟାସ୍ ପ୍ରବେଶ କରିଛି ବୋଲି ନାରାୟଣଗଞ୍ଜ ଅଗ୍ନିଶମ ମୁଖ୍ୟ ଅବଦୁଲ୍ଲା ଅଲ୍ ଆରେଫିନ୍ କହିଛନ୍ତି। ଏହି ବିସ୍ଫୋରଣରେ 37 ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ଢାକାସ୍ଥିତ ଏକ ସ୍ପେସାଲିଷ୍ଟ ବର୍ଣ୍ଣ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଜଣେ ପିଲା ସମେତ ଅନ୍ୟୂନ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ମୁଖପାତ୍ର ସାମନ୍ତ ଲାଲ ସେନ କହିଛନ୍ତି। ତେବେ ସମସ୍ତେ 70 ରୁ 80 ପ୍ରତିଶତ ଜଳି ଯାଇଥିବା ସେ କହିଛନ୍ତି । ଏହି ବିସ୍ଫୋରଣରେ ଅତି କମରେ 45 ଜଣ ଆହତ ହୋଇଥିବା ପୋଲିସ କହିଛି ।

ଦେଶରେ ପ୍ରତିବର୍ଷ ଅଗ୍ନିକାଣ୍ଡରେ 168 ମିଲିଅନ ପ୍ରାଣ ହରାଇଥାନ୍ତି । ଗତ ବର୍ଷ ଫେବୃଆରୀରେ, ଢାକାର ଏକ ପୁରୁଣା କ୍ୱାର୍ଟରରେ 78 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଗୋଟିଏ ମାସ ପରେ ଢାକା ଅଫିସ୍ ବ୍ଲକରେ ଅଗ୍ନିକାଣ୍ଡ ଘଟି 25 ଜଣଙ୍କର ମୃତ୍ୟୁ ଘଟିଥିଲା।

ABOUT THE AUTHOR

...view details