ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ମଧ୍ୟପ୍ରଦେଶରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ରାଜ୍ୟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । 2018 ମସିହା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦେଶର ରୁଜୁ ହୋଇଥିବା ସମୁଦାୟ ଦୁଷ୍କର୍ମ ମାମଲାର 16 ପ୍ରତିଶତ ମଧ୍ୟପ୍ରଦେଶରେ ରୁଜୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଆଧାରରେ ଦେଶରେ ମୋଟ 33 ହଜାର 3ଶହ 56 ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ 5 ହଜାର 4ଶହ 33ଟି ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶରେ ରୁଜୁ ହୋଇଥିବା ମାମଲା ଗୁଡିକରେ 6 ବର୍ଷରୁ କମ 54 ଜଣ ପୀଡିତା ରହିଛନ୍ତି । 2016 ଓ 2017 ମସିହାରେ ମଧ୍ୟ ଏହି ରାଜ୍ୟରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।