ଲକ୍ଷ୍ନୌ: କୋରୋନା ଭଲ କରୁଥିବା ପ୍ରଚାର କରି ଗିରଫ ହେଲେ ଜ୍ୟୋତିଷ । ବାରଣାସୀର ସଞ୍ଜୟ ତିୱାରୀ ନାମକ ଜଣେ ଜ୍ୟୋତିଷ କୋରୋନାକୁ ଭଲ କରୁଥିବା ନେଇ ପାମ୍ପଲେଟ ବାଣ୍ଟୁଥିଲେ ।
ତିୱାରୀ ପାମ୍ପଲେଟରେ ଦାବି କରୁଥିଲେ ଯେ ତାଙ୍କର ମନ୍ତ୍ର କୋରୋନା ଭାଇରସରୁ ମୁକ୍ତି କରାଇବ ଏବଂ ସଂକ୍ରମଣକୁ ରୋକିବ। ଏନେଇ ଗୁରୁବାର ସନ୍ଧ୍ୟାରେ ଲଙ୍କା ଥାନ ଅନ୍ତର୍ଗତ ସାମନେଘାଟର ବାସିନ୍ଦା ସଞ୍ଜୟଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ମୋବାଇଲ ନମ୍ବର ଲିଖିତ ଏକ ପୁସ୍ତକରେ କୁହାଯାଇଥିଲା ଯେ ସଂକ୍ରମିତ ରୋଗୀମାନେ ମନ୍ତ୍ର ଜପ କରିବା ପରେ ଆରୋଗ୍ୟ ହୋଇପାରିବେ ଏବଂ ଅନ୍ୟମାନେ ଯଦି ସମାନ ଜପ କରନ୍ତି ତେବେ ଜୀବାଣୁ ସୁରକ୍ଷିତ ରହିବେ ବୋଲି ସେ ଦାବି କରୁଥିଲେ ।