ନୂଆଦିଲ୍ଲୀ: କେବେ ଭାବିଛନ୍ତି କି ମହାକାଶରେ ନାଚିଲେ କେମିତି ଲାଗେ? ଆପଣଙ୍କୁ ଲାଗୁଥିବ ନିଶ୍ଚୟ ଖୁବ ମଜା ଆସୁଥିବ । ଆଜ୍ଞା ହଁ କେବଳ ସ୍ଥଳଭାଗରେ ନୁହେଁ ମହାକାଶରେ ମଧ୍ୟ ନୃତ୍ୟ କରିହେବ ବୋଲି ପ୍ରମାଣିତ କରିଛନ୍ତି ମାଇକ ଫିଙ୍କେ ନାମକ ମହାକାଶ ଯାତ୍ରୀ । ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ସେ ଆସାମର ପ୍ରସିଦ୍ଧ ବିହୁ ନୃତ୍ୟ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଆସାମର ପାରମ୍ପରିକ ପୋଷାକରେ ନୃତ୍ୟ କରୁଥିବା ନଜର ଆସିଛନ୍ତି ।
ମହାକାଶରେ ଆସାମର ପ୍ରସିଦ୍ଧ ବିହୁ - bihu
କେବଳ ସ୍ଥଳଭାଗରେ ନୁହେଁ ମହାକାଶରେ ମଧ୍ୟ ନୃତ୍ୟ କରିହେବ ବୋଲି ପ୍ରମାଣ କରିଛନ୍ତି ମାଇକ ଫିଙ୍କେ ନାମକ ମହାକାଶ ଯାତ୍ରୀ । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ସେ ଆସାମର ପ୍ରସିଦ୍ଧ ବିହୁ ନୃତ୍ୟ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
![ମହାକାଶରେ ଆସାମର ପ୍ରସିଦ୍ଧ ବିହୁ](https://etvbharatimages.akamaized.net/etvbharat/images/768-512-3008132-thumbnail-3x2-bihu.jpeg)
ଆସାମର ପାରମ୍ପରିକ ନୃତ୍ୟୁ ବିହୁ। ଆଜି ରଙ୍ଗୋଲି ବିହୁ ଅବସରରେ ସେ ଅନ୍ତରୀକ୍ଷରେ ଏହି ନୃତ୍ୟ କରି ଏହାର ସ୍ବତନ୍ତ୍ରତା ଆହୁରି ବଢାଇଛନ୍ତି । ହେଲେ ଆପଣ ଭାବୁଥିବେ ମାଇକ କାହିଁକି ଆସାମର ବିହୁ ନାଚି ଏତେ ଖୁସି ହୋଇଛନ୍ତି । ଯେବେକି ସେ ଆସାମବାସୀ ନୁହେଁ । କିନ୍ତୁ ପ୍ରକୃତ କଥା ହେଉଛି, ମାଇକ ଆସାମର ଝିଅ ରେନିତା ସାଇକିଆଙ୍କୁ ବିବାହ କରି ଆସାମ ପ୍ରେମରେ ପଡିଯାଇଛନ୍ତି ।
ପତ୍ନୀ ରେନିତା ମଧ୍ୟ ନାସାରେ କାର୍ଯ୍ୟରତ। ତେବେ ମାଇକଙ୍କର ଏହି ନୃତ୍ୟୁ ଏବେ ଟ୍ବିଟରରେ ଭାଇରାଲ ହେବାରେ ଲାଗିଲାଣି। ତାଙ୍କର ଏହି କଳାକୁ ଆକାଶରେ ପହଞ୍ଚାଇଥିବାରୁ ଅନେକ ତାଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି । ଏତେ ଦୂରରେ ଥାଇ ମଧ୍ୟ ସେ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ।