କଳାକାରଙ୍କୁ 50 ହଜାର ଦେବେ ଆସାମ ସରକାର
ରାଜ୍ୟର ସମସ୍ତ କଳାକାରଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ଆସାମ ସରକାର। ପଢନ୍ତୁ କେଉଁମାନେ ପାଇବେ ଏହି ସହାୟତା...
ଆସାମ ସରକାର
ଗୌହାଟୀ: ଆସାମରେ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ବର୍ଗର କଳାକାର ଓ ଟେକ୍ନିସିଆନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। କଳାକାର ଓ ଟେକ୍ନିସିଆନଙ୍କ ସୁବିଧା ସୁଯୋଗ ପାଇଁ ଏହି ସହାୟତା ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂସ୍କୃତି ବିଭାଗ ପ୍ରଦାନ କରିବ। ଏକକାଳୀନ ରାଜ୍ୟର ପ୍ରାୟ 2 ହଜାର କଳାକାର ଓ ଟେକ୍ନିସିଆନଙ୍କୁ 50 ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ଏ ସମ୍ପର୍କରେ ଆସାମ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ନବା କୁମାର ଡୋଲୀ କହିଛନ୍ତି ଯେ, ଖୁବଶୀଘ୍ର କଳାକାରଙ୍କ ସହାୟତା ପାଇଁ ତାଙ୍କ ବିଭାଗ କାମ ଆରମ୍ଭ କରିବ।