ଓଡିଶା

odisha

ଶାହରୁଖଙ୍କ ଡାଇଲଗରେ ସାମାଜିକ ଦୂରତ୍ୱ ବାର୍ତ୍ତା ଦେଉଛି ଆସାମ ପୋଲିସ

By

Published : Jul 19, 2020, 3:14 PM IST

ବଲିଉଡର ସୁପର ଷ୍ଟାର ଶାହାରୁଖ ଖାନ୍ ଙ୍କ ସିଗନେଚର ପୋଜକୁ ଆପଣେଇଛି ଆସାମ ପୋଲିସ। ଶାହାରୁଖ ଦୁଇ ହାତ ମେଲାଇ ପୋଜ ଦେଉଥିବାର ଏକ ଫଟୋକୁ ବ୍ୟବହାର କରିଛି ଆସାମ ପୋଲିସ। ସେଥିରେ ଲେଖାଯାଇଛି ''ବାସ୍ ଇତନା ସା ଡିସଟାନ୍ଷ ରଖନା ହେ'' ଯାହା ଏବେ ସୋସିଆଲ ମିଡିଆର ବହୁଳ ମାତ୍ରାରେ ଭାଇରାଲ ହେଉଛି।

ବାସ୍ ଇତନା ସା ଡିସଟାନ୍ସ ରଖନା ହେ... ଆସାମ ପୋଲିସର ନିଆରା ସଚେତନତା
ବାସ୍ ଇତନା ସା ଡିସଟାନ୍ସ ରଖନା ହେ... ଆସାମ ପୋଲିସର ନିଆରା ସଚେତନତା

ଗୌହାଟୀ: ମହାମାରୀ କୋରୋନାରେ ଥରହର 200ରୁ ଅଧିକ ଦେଶ। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଦେଶ ପ୍ରତିଷେଧକ ବାହାର କରିବାରେ ସଫଳ ହୋଇ ନାହାଁନ୍ତି। ହେଲେ କୋରୋନା ଯୁଦ୍ଧ ବିରୋଧରେ ଅସ୍ତ୍ର ବିରୋଧରେ ସାମାଜିକ ଦୂରତା ଓ ମାସ୍କକୁ ବ୍ୟବହାର କରାଯାଉଛି। ତେବେ ଦୈନିକ ହଜାର ହଜାର ମୁଣ୍ଡ ଗଡୁଥିଲେ ବି କୋରୋନା ନେଇ ସଚେତନ ନାହାଁନ୍ତି ଲୋକେ। ଯାହା ପ୍ରଶାସନ ଠୁ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପଟେ ନିଆରା ଢଙ୍ଗରେ ସାମାଜିକ ଦୂରତା ନେଇ ସଚେତନ କରୁଛି ଆସାମ ପୋଲିସ।

ବଲିଉଡର ସୁପର ଷ୍ଟାର ଶାହାରୁଖ ଖାନଙ୍କ ସିଗନେଚର ପୋଜକୁ ଆପଣେଇଛି ପୋଲିସ । ଶାହାରୁଖ ଦୁଇ ହାତ ମେଲାଇ ପୋଜ ଦେଉଥିବାର ଏକ ଫଟୋକୁ ବ୍ୟବହାର କରିଛି ଆସାମ ପୋଲିସ। ସେଥିରେ ଲେଖାଯାଇଛି ''ବାସ୍ ଇତନା ସା ଡିସଟାନ୍ଷ ରଖନା ହେ'' ଯାହା ଏବେ ସୋସିଆଲ ମିଡିଆର ବହୁଳ ମାତ୍ରାରେ ଭାଇରାଲ ହେଉଛି।

ଏହାସହ ଟ୍ହିଟ କରି ସେ ଲେଖିଛନ୍ତି,'' କଭି କଭି ପାସ୍ ଆନେ କେ ଲିଏ , କୁଛ ଦୂର ଜାନା ପଡତା ହେଁ, ଅର ଦୂର ଜାକେ ପାସ ଆନେ ୱାଲେ କେ ବାଜିଗର କେହେତେ ହେଁ '' । ଏହି ଫଟୋକୁ ଆସାମ ପୋଲିସର ଅଫିସିଆଲ ସାଇଟରେ ପୋଷ୍ଟ କରାଯାଇ ଲୋକଙ୍କୁ ସଚେତନ କରାଯାଇଛି।

ABOUT THE AUTHOR

...view details