ଗୌହାଟୀ: ଗାଁ ଭିତରେ ପଶି ଆସି ରାଜ କରୁଥିଲା କଲରାପତରିଆ ବାଘ । ପିଟିପିଟି ମାରିଦେଲେ ଗାଁ ଲୋକ । ପାଦ ଏବଂ ଲାଞ୍ଜ କାଟିବା ସହ କଲରାପତରିଆକୁ ଏକ ବାଉଁଶ ଖୁଣ୍ଟରେ ଟାଙ୍ଗି ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସାମର ଚରାଇଦିଓ ଜିଲ୍ଲାର ସୋନାରୀରେ ।
ଆକ୍ରମଣର ପ୍ରତିଶୋଧ ନେଲେ ଗ୍ରାମବାସୀ, କଲରାପତରିଆକୁ ପିଟିପିଟି ମାରିଦେଲେ
ପ୍ରତିଶୋଧ ପାଇଁ କଲରାପତରିଆ ବାଘକୁ ପିଟିପିଟି ମାରିଲେ ଗ୍ରାମବାସୀ । ଶୁକ୍ରବାର ସକାଳେ ଏହି ବାଘ ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଚିତ୍କାର ଶୁଣି ଗାଁ ଲୋକ ବାଘକୁ ଧରିନେଇଥିଲେ । ବନ ବିଭାଗ ପକ୍ଷରୁ ମାମଲା ରୁଜୁ।
ଫଟୋ ସୌଜନ୍ୟ : ଏଏନଆଇ
ଏହି ବାଘ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ପଶୁଙ୍କ ସହ ଗାଁ ଲୋକଙ୍କୁ ଆକ୍ରମଣ କରୁଥିବାରୁ ଗାଁ ଲୋକେ ରାଗରେ ଥିଲେ। ଶୁକ୍ରବାର ସକାଳେ ଏହି ବାଘ ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଚିତ୍କାର ଶୁଣି ଗାଁ ଲୋକ ବାଘକୁ ଧରିନେଇଥିଲେ ।
ଆଉ ପ୍ରତିଶୋଧ ପାଇଁ ଏହାକୁ ପିଟିପିଟି ମାରିଦେଇଥଲେ । ହେଲେ ଏହି ଘଟଣା ଧାରା 1972 ଅନୁସାରେ ପଶୁ ହତ୍ୟା ପାଇଁ ମାମଲା ରୁଜୁ କରାଯାଇଛି । ଏହାସହ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।