ଓଡିଶା

odisha

ETV Bharat / bharat

ଆସାମରେ ପୁଣି ଭିଡ ହିଂସା, ବାଂଲାଦେଶରୁ ଆସିଥିବା 3 ଜଣ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ଅଭିଯୋଗ - Mob lynches

ଆସାମର କରିମଗଞ୍ଜରେ ବାଂଲାଦେଶରୁ ଆସିଥିବା 3 ଜଣ ବ୍ୟକ୍ତିଙ୍କୁ ପଶୁ ଚୋରା ଚାଲାଣକାରୀ ସନ୍ଦେହରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆସାମରେ ପୁଣି ଭିAS_KRJ_801_19JULY_3 BANGLADESHI DEATH NEWS.ଡ ହିଂସା
ଆସାମରେ ପୁଣି ଭିଡ ହିଂସା

By

Published : Jul 20, 2020, 1:58 PM IST

ଗୌହାଟୀ: ଆସାମରେ ପୁଣି ଭିଡ ହିଂସା । ଆସାମର କରିମଗଞ୍ଜରେ ବାଂଲାଦେଶରୁ ଆସିଥିବା 3 ଜଣ ବ୍ୟକ୍ତିଙ୍କୁ ପଶୁ ଚୋରା ଚାଲାଣକାରୀ ସନ୍ଦେହରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ମଧ୍ୟ ରାତ୍ରିରେ ଘଟିଛି ଏଭଳି ଘଟଣା । ଘଟଣାଟି ଭାରତ-ବାଂଲାଦେଶ ସୀମା ନିକଟ ପାଥର୍କାଣ୍ଡି ପୋଲିସ ଷ୍ଟେସନ ଅନ୍ତର୍ଗତ ଭୁବ୍ରିଘାଟ ଚା ଇଷ୍ଟେଟରେ ଘଟିଛି। ତେବେ ଏହି ଘଟଣା ଚଳିତ ମାସର ଦ୍ୱିତୀୟ ଭିଡ ହିଂସା ଘଟଣା । ଏହା ପୂର୍ବରୁ ଜୁନ ମାସରେ ମଧ୍ୟ ଏଭଳି ଏକ ହିଂସାକାଣ୍ଡ ଘଟିଥିଲା । ଆସାମର କରିମଗଞ୍ଜରେ ବାଂଲାଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପଶୁ ଚୋରା ଚାଲାଣକାରୀ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଆସାମରେ ପୁଣି ଭିଡ ହିଂସା, ବାଂଲାଦେଶରୁ ଆସିଥିବା 3 ଜଣ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ତେବେ ପଶୁ ଚୋରା ଚାଲାଣକାରୀ ବୋଲି ସନ୍ଦେହ କରାଯାଉଥିବା ତିନିଜଣ ବାଂଲାଦେଶୀ ନାଗରିକଙ୍କୁ ଶନିବାର ମଧ୍ୟରାତ୍ରୀରେ ଆସାମର କରିମଗଞ୍ଜ ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ପିଟିପିଟି ହତ୍ୟା କରାଯାଇଥିଲା। ପୀଡିତଙ୍କ ପରିଚୟ ଏବେସୁଦ୍ଧା ମିଳିପାରିନାହିଁ । ବାଂଲାଦେଶର ସିଲ୍ କୋଇଲ୍, କଟିଙ୍ଗ୍ ପ୍ଲିୟର୍ ଇତ୍ୟାଦି ସାମଗ୍ରୀ ପୀଡିତଙ୍କ ନିକଟରୁ ଉଦ୍ଧାର କରାଯାଇଛି । ସେପଟେ ମୃତ ବ୍ୟକ୍ତିଙ୍କ ସହ ଆସିଥିବା ଅନ୍ୟ ଚାରିଜଣ ବ୍ୟକ୍ତି ସେହି ଅଞ୍ଚଳରୁ ପଳାଇବାରେ ସଫଳ ହୋଇଥିଲେ।

ସୂଚନା ଅନୁଯାୟୀ ବାଂଲାଦେଶରୁ ଅତି କମରେ ୭ ଜଣ ଲୋକ ଭାରତ ସୀମାରେ ପ୍ରବେଶ କରି ସୀମା ନିକଟ ଭୁବ୍ରିଘାଟ ଚା ଇଷ୍ଟେଟରେ ଥିବା ଏକ ଘରୁ ଗାଈ ଚୋରି କରିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକ ଏହା ଜାଣି ପାରି ଖୁବ୍ ଶୀଘ୍ର ଏକତ୍ରିତ ହୋଇ ତିନିଜଣଙ୍କୁ ଧରିଥିଲେ ଏବଂ ସେମାନଙ୍କୁ ପିଟିପିଟି ହତ୍ୟା କରିଥିଲେ।

ତେବେ କରିମଗଞ୍ଜ ଜିଲ୍ଲାର ବାଂଲାଦେଶ-ଭାରତ ସୀମାରେ ବାଂଲାଦେଶୀ ଗୋରୁଙ୍କ ପ୍ରତି ହିଂସା ନୂଆ ଘଟଣା ନୁହେଁ। ଏହା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ଚିନ୍ତାରେ ପକାଇଦିଏ । ବାଂଲାଦେଶର ବିଭିନ୍ନ ସୀମା ଅଞ୍ଚଳରୁ ସ୍ଥାନୀୟ ଗୋରୁ ବାରମ୍ବାର ଚୋରି ହୁଏ । ପ୍ରତ୍ୟେକ ଥର ଏପରି ଘଟଣାରେ ବାଂଲାଦେଶୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥାଏ। ଏପରିକି ଗତ ମାସର ତଥା ଆଜିର ଘଟଣା ଏହାକୁ ପ୍ରମାଣିତ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details