ଗୌହାଟି: ଆଜି(ରବିବାର) ଆସାମର କାମାକ୍ଷା ମନ୍ଦିର ଖୋଲିଛି । ଲକଡାଉନ ନିୟମ ଲାଗୁ ହେବାର 7 ମାସ ପରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଛି । ତେବେ ଭକ୍ତଙ୍କ ପାଇଁ କେବଳ ମନ୍ଦିରରେ ପରିକ୍ରମା କରିବାର ସୁଯୋଗ ମିଳିବ ।
ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ କାମାକ୍ଷା ଦେବାଳୟ ମ୍ୟାନେଜମେଣ୍ଟ କମିଟିର ନିଷ୍ପତ୍ତି ଅନୁଯାୟୀ ଭକ୍ତମାନଙ୍କ ମନ୍ଦିର ପରିକ୍ରମା ପାଇଁ ଅନୁମତି ଦିଆଯାଇଛି । ମନ୍ଦିର ପରିଚାଳନା କମିଟି ନିୟମ ଅନୁଯାୟୀ ସକାଳ 8ଟା ରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ମନ୍ଦିର ଦ୍ବାର ଖୋଲା ରହିବି । ଏହି ସମୟରେ ଭକ୍ତମାନେ ମନ୍ଦିର ପରିକ୍ରମା କରିପାରିବେ । ଦୂର୍ଗା ପୂଜା ସମୟରେ ଏହି ନିୟମକୁ ବଦଳାଯାଇ ପାରେ । ତେବେ ଭକ୍ତମାନଙ୍କୁ କୋଭିଡର ସମସ୍ତ ଗାଇଡଲାଇନ ମାନିବାକୁ ପଡିବ ।