ଓଡିଶା

odisha

ETV Bharat / bharat

ପ୍ରବାସୀ ଆସାମୀଙ୍କ ପାଇଁ ସରକାରଙ୍କ ଆର୍ଥିକ ସାହାଯ୍ୟ - ଆସାମ ସରକାର

ପ୍ରବାସୀ ଆସାମୀ ନାଗରିକଙ୍କ ପାଇଁ ରାଜ୍ୟ ସରକାର ହେଲପ ଲାଇନ ନମ୍ବର 9615471547 ପ୍ରଦାନ କରିଛନ୍ତି । ଏଥିରେ ଫୋନ କରି ସେମାନେ ନିଜ ନାମ ରେଜିଷ୍ଟର କରିବେ । ଅଧିକ ପଢନ୍ତୁ...

ପ୍ରବାସୀ ଆସାମୀଙ୍କ ପାଇଁ ସରକାରଙ୍କ ଆର୍ଥିକ ସାହାଯ୍ୟ
ପ୍ରବାସୀ ଆସାମୀଙ୍କ ପାଇଁ ସରକାରଙ୍କ ଆର୍ଥିକ ସାହାଯ୍ୟ

By

Published : Apr 14, 2020, 7:23 AM IST

ଗୌହାଟୀ: ବାହାର ରାଜ୍ୟ ଓ ବିଦେଶରେ ରହୁଥିବା ଆସାମ ନାଗରିକଙ୍କ ପାଇଁ ଆସାମ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାସହ ସେମାନଙ୍କ ପାଇଁ ଏକ ହେଲପ ଲାଇନ ନମ୍ବର ଜାରି କରିଛନ୍ତି । ଏହାଦ୍ବାରା ସେମାନେ ନିଜ ନାମ ରେଜିଷ୍ଟର କରିପାରିବେ ।

ଆସାମ ସ୍ବାସ୍ଥ୍ୟ ମନ୍ତ୍ରୀ ହିମାନ୍ତ ବିଶ୍ବ ଶର୍ମା ଏହି ସୂଚନା ଦେଇଛନ୍ତି । ପ୍ରବାସୀ ଆସାମୀ ନାଗରିକଙ୍କ ପାଇଁ ରାଜ୍ୟ ସରକାର ହେଲପ ଲାଇନ ନମ୍ବର 9615471547 ପ୍ରଦାନ କରିଛନ୍ତି । ଏଥିରେ ଫୋନ କରି ସେମାନେ ନିଜ ନାମ ରେଜିଷ୍ଟର କରିବେ । ଏହାପରେ ସେମାନଙ୍କ ଆକାଉଣ୍ଟକୁ ସରକାର ଅର୍ଥ ରାଶି ପଠାଇବେ । ଏହା ସେମାନଙ୍କୁ ଅନ୍ୟ ରାଜ୍ୟରେ ଲକଡାଉନ ଉଠିବା ପର୍ଯ୍ୟନ୍ତ ଚଳିବାରେ ସାହାଯ୍ୟ କରିବ ।

ଏହାସହ ବିଦେଶରେ ଫସିଥିବା ଆସାମୀ ଲୋକଙ୍କ ପାଇଁ ଆସାମ ସରକାର ଅର୍ଥ ରାଶି ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଆକାଉଣ୍ଟରେ ସିଧାସଳଖ 1000 ଆମେରିକୀୟ ଡଲାର ଜମା କରିଛନ୍ତି ରାଜ୍ୟ ସରକାର । ଏହାଛଡା ପ୍ରତି କ୍ୟାନ୍ସର, କିଡନୀ ରୋଗୀଙ୍କ ଆକାଉଣ୍ଟରେ ସରକାର 25 ହଜାର ଟଙ୍କା ଜମା କରିଛନ୍ତି । ଫଳରେ ଲକଡାଉନ ସମୟରେ ସେମାନେ ଯେଉଁଠି ଥିଲେ ବି ନିଜର ଚିକିତ୍ସା ଜରି ରଖିପାରିବେ ବୋଲି ହିମାନ୍ତ କହିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details