ଗୌହାଟୀ: ଅକ୍ଟୋବର 2 ରୁ ଅରୁଣୋଦୟ ଯୋଜନା ଆରମ୍ଭ କରିବେ ଆସାମ ସରକାର । ପ୍ରାୟ 17 ଲକ୍ଷ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆସାମ ସରକାର ଏହି ଯୋଜନା ଆରମ୍ଭ କରିବେ । ଏହି ଯୋଜନା ଅନୁଯାୟୀ ଯୋଗ୍ୟ ପରିବାରଙ୍କୁ ମାସକୁ 830 ଟଙ୍କା, ଜରୁରୀ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଦିଆଯିବ ବୋଲି ଗତକାଲି ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗଣମାଧ୍ୟମ ସହ କଥା ହୋଇଛନ୍ତି ।
ଅକ୍ଟୋବର 2ରୁ ଅରୁଣୋଦୟ ଯୋଜନା ଆରମ୍ଭ, 17 ଲକ୍ଷ ପରିବାର ହେବେ ଉପକୃତ - ଆସାମ ସରକାର
ଅକ୍ଟୋବର 2 ରୁ ଅରୁଣୋଦୟ ଯୋଜନା ଆରମ୍ଭ କରିବେ ଆସାମ ସରକାର । ପ୍ରାୟ 17 ଲକ୍ଷ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆସାମ ସରକାର ଏହି ଯୋଜନା ଆରମ୍ଭ କରିବେ । ତେବେ ଅରୁଣୋଦୟ ଯୋଜନା ପାଇଁ ଆସାମ ସରକାର ମାସକୁ 210 କୋଟି ଟଙ୍କା ବହନ କରିବେ । ଅଧିକ ପଢନ୍ତୁ...
ଅକ୍ଟୋବର 2 ରୁ ଅରୁଣୋଦୟ ଯୋଜନା ଆରମ୍ଭ, 17 ଲକ୍ଷ ପରିବାର ହେବେ ଉପକୃତ
ଆସାମରେ ଏହା ସବୁଠାରୁ ବଡ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯୋଜନା ହେବ ବୋଲି ସେ କହିଛନ୍ତି । ଏହି ଯୋଜନା ଦ୍ୱାରା ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ 15 ରୁ 17 ହଜାର ପରିବାର ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଅରୁଣୋଦୟ ଯୋଜନା ପାଇଁ ଆସାମ ସରକାର ମାସକୁ 210 କୋଟି ଟଙ୍କା ବହନ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।