ଗୌହାଟୀ: ଆସାମ ସରକାର ଏଣିକି ଝିଅ ମାନଙ୍କର ବିବାହ ସମୟରେ ଏକ ତୋଳା(10 ଗ୍ରାମ) ସୁନା ଦେବା ପାଇଁ ଘୋଷଣା କରିଛନ୍ତି । ବୁଧବାର ରାଜ୍ୟରେ ନୂଆ ଯୋଜନା ‘ଅରୁନ୍ଧତୀ ସ୍କିମ’ ଲାଗୁ ପାଇଁ ଘୋଷଣା କରାଯାଇଛି । ରାଜ୍ୟରେ ବାଲ୍ୟବିବାହକୁ ହ୍ରାସ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।
ବୁଧବାର ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅରୁନ୍ଧତୀ ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ 800 କୋଟି ଖର୍ଚ୍ଚ କରିବା ଯୋଜନା ରଖିଥିବା ସୂଚନା ଦେଇଛନ୍ତି । ଏହି ସୁନା କିଣିବା ପାଇଁ ପ୍ରତି ଝିଅକୁ ସୁନା କିଣିବା ପାଇଁ 30ହଜାର ଟଙ୍କା ଦେବେ ସରକାର ବୋଲି ସେ କହିଛନ୍ତି । ଯେଉଁ ପରିବାର ବାର୍ଷିକ ଆୟ 5 ଲକ୍ଷ ଟଙ୍କାରୁ କମ୍ ସେହି ପରିବାର ଏହି ଯୋଜନାର ଲାଭ ଉଠାଇପାରିବେ । ଜାନୁୟାରୀ 2020ରୁ ଏହି ଯୋଜନା ଲାଗୁ ହେବା ନେଇ କହିଛନ୍ତି ମନ୍ତ୍ରୀ ।