ଓଡିଶା

odisha

ETV Bharat / bharat

ଭାସୁଛି ଆସାମ: 23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି - ବନ୍ୟାରେ ଭାସୁଛି ଆସାମ

ବନ୍ୟାରେ ଭାସୁଛି ଆସାମ । 23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ । ଜଳବନ୍ଦୀରେ 2,265 ଗାଁ । ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି । ଅଧିକ ପଢନ୍ତୁ..

Assam floods claim five more lives, 25L people still in distress
ଭାସୁଛି ଆସାମ :23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି

By

Published : Jul 27, 2020, 7:49 AM IST

ଗୌହାଟୀ : ବନ୍ୟାରେ ଭାସୁଛି ଆସାମ । 23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ ହୋଇ ଥିବା ବେଳେ 2,265 ଗାଁ ଜଳବନ୍ଦୀରେ ରହିଛି । ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି ପାଇଛି । ଏନେଇ ଆସାମ ବିପର୍ଯ୍ୟୟ ପରିଚାଳନା ଅଥୋର୍ଟିଙ୍କ ପକ୍ଷରୁ ସୂଚନା ମିଳିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 129ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ 157 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଜୁନ 1 ପରଠାରୁ ରାଜ୍ୟରେ 16 ପ୍ରତିଶତ ଅଧିକ ବର୍ଷା ହୋଇଛି । ସାଧାରଣତ ରାଜ୍ୟରେ 806.5 ମିଲି ମିଟର ବର୍ଷା ହେଉଥିବା ବେଳେ ଚଳିତ ଥର ରାଜ୍ୟରେ 934.8 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ପଶ୍ଚିମରେ ଥିବା 5 ଜିଲ୍ଲାର ପାଖାପାଖି 17.27 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଗୋଲପାରା 470,253, ବାରପେଟା 395,456, ମୋରିଗାଓଁ 333,367, ଧୂବ୍ରି 278,841 ଓ ଦକ୍ଷିଣ ସଲମାରା 249,423 ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ।

ଭାସୁଛି ଆସାମ :23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି

ରାଜ୍ୟର 4 ଜିଲ୍ଲାରେ ବ୍ରହ୍ନପୁତ୍ର ନଦୀ ବିପଦ ସଙ୍କେତ ଦେଇ ପ୍ରଭାହିତ ହେଉଛି । ଅନ୍ୟ ପାଞ୍ଚଟି ପ୍ରମୁଖ ନଦୀ ଧାନସିରୀ, ଜିଆ ଭରଲୀ, କୋପିଲି, ବେକି ଓ କୁଶିଆରା ପାଞ୍ଚଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାରେ 2,265 ଟି ଗାଁ ବୁଡି ଯାଇଥିବା ବେଳେ 112,667 ହେକ୍ଟର ଫସଲ କ୍ଷେତ ନଷ୍ଟ ହୋଇଯାଇଛି। ଏହା ସହ ଶହ ଶହ ଘର ଭାଙ୍ଗି ଯାଇଛି ।

ଭାସୁଛି ଆସାମ :23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି

23 ଟି ଜିଲ୍ଲାରେ 457 ଟି ରିଲିଫ୍ କ୍ୟାମ୍ପ କରାଯାଇଛି । ଯେଉଁଠାରେ 46,000 ଲୋକ ଆଶ୍ରୟ ନେଇଛନ୍ତି। ବନ୍ୟା ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକର ବିଭିନ୍ନ ସ୍ଥାନରେ ନଦୀ, ବନ୍ଧ, ବ୍ରିଜ୍, କଲଭର୍ଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି । 16ଟି ଏନଡିଆରଏଫ ଟିମ ,ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details