ଓଡିଶା

odisha

ETV Bharat / bharat

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ, ମୃତ୍ୟୁ ସଂଖ୍ୟା ଛୁଇଁଲା 37 - ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି

ଆସାମରେ ସୁଧୁରୁନି ବନ୍ୟା ପରିସ୍ଥିତି । 18ଟି ଜିଲ୍ଲା ପ୍ରଭାବିତ, ମୃତ୍ୟୁ ସଂଖ୍ୟା ଛୁଇଁଲା 37 । 1,68.210.28 ହେକ୍ଟର ଚାଷ ଜମି ନଷ୍ଟ । ଜଳବନ୍ଦୀରେ 1,327ରୁ ଅଧିକ ଗାଁ । ଅଧିକ ପଢନ୍ତୁ....

Assam flood affects 11 lakh people, death toll rises to 37
ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି ,ମୃତ୍ୟୁ ସଂଖ୍ୟା ଛୁଇଁଲା 37

By

Published : Jul 5, 2020, 7:42 AM IST

Updated : Jul 5, 2020, 12:28 PM IST

ଗୌହାଟୀ : ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି । ବନ୍ୟା କାରଣରୁ ଆସାମରେ 18ଟି ଜିଲ୍ଲା ପ୍ରଭାବିତ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା 37କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ବନ୍ୟା କାରଣରୁ ମୋରିଗୋଓଁ ,ତିନସୁକିଆ, ନାଗାଓଁ ,ନାଲବରୀ, ବରପେଟା, ଧିମାଜି, ଗୋଲପରା, ଉଦଲଗିରି ଓ ଧିବରୁଗଡ ଜିଲ୍ଲାରେ 22ଜଣ ଲୋକେ ପ୍ରାଣ ହରାଇଛନ୍ତି । ବନ୍ୟା ସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଲଖିମପୁର, ଶିବାଶନଗର, ବଙ୍ଗାଇଗାଓଁ, ହୋଜାଇ, ଉଦଲଗୁରୀ ଓ ମଜୁଲି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଜଳବନ୍ଦୀରେ 1,327ରୁ ଅଧିକ ଗାଁ ରହିଛି ।

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି, ମୃତ୍ୟୁ ସଂଖ୍ୟା ଛୁଇଁଲା 37

ଅନ୍ୟପଟେ, ଧିମାଜୀ, ବିଶ୍ବନାଥ, ଚିରଙ୍ଗ, ଡାରଙ୍ଗ, ନାଲବାରୀ, ବାରପେଟା, କୋକ୍ରାଝର, ଧୁବ୍ରି, ନାଗାଓଁ, ଗୋଲାଘାଟ, ଜୋରହାଟ, ଡିବ୍ରୁଗଡ, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, କାମ୍ରୁପ (ମେଟ୍ରୋ), ମୋରିଗାଓଁ ଏବଂ ତିନସୁକିଆ ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇଛି । 1,68.210.28 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏବେବି 323 ରିଲିଫ କ୍ୟାମ୍ପରେ 65,884 ଜଣ ବନ୍ୟା ପ୍ରପୀଡିତ ଆଶ୍ରୟ ନେଇଛନ୍ତି । 8,91,897 ଗୃହପାଳିତ ପଶୁ ଓ 8,01,233 କୁକୁଡା ପ୍ରଭାବିତ ହୋଇଛନ୍ତି । ଏନଡିଆରଏଫ, ଜିଲ୍ଲାପ୍ରଶାସନ ଦ୍ବାରା ପ୍ରଭାବିତ ଗାଁ ଗୁଡିକରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2020, 12:28 PM IST

ABOUT THE AUTHOR

...view details