ଓଡିଶା

odisha

ETV Bharat / bharat

ଆସାମ ବନ୍ୟା ସ୍ଥିତି ସଙ୍ଗୀନ, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି - ଆସାମର ବନ୍ୟା

ବନ୍ୟା କାରଣରୁ ଆସାମର 21ଟି ଜିଲ୍ଲାର ପ୍ରାୟ 4 ଲକ୍ଷ 62 ହଜାର 777 ଲୋକ ପ୍ରଭାବିତ ହୋଇଥିବା ବେଳେ 18 ଜଣ ଲୋକ ପ୍ରାଣ ହରାଇଲେଣି ।

_flood
ଆସାମ ବନ୍ୟା ସ୍ଥିତି ସଙ୍ଗୀନ

By

Published : Jun 28, 2020, 3:03 PM IST

Updated : Jun 28, 2020, 8:04 PM IST

ଗୌହାଟୀ: ଆସାମରେ ଦିନକୁ ଦିନ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବନ୍ୟା କାରଣରୁ ଆସାମର 21ଟି ଜିଲ୍ଲାର ପ୍ରାୟ 4 ଲକ୍ଷ 62 ହଜାର 777 ଲୋକ ପ୍ରଭାବିତ ହୋଇଥିବା ବେଳେ 18 ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଆସାମର ଧମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗୁରୀ, ଡାରାଙ୍କ, ନାଲବାରୀ, ବାରପେଟା, ଚିରଙ୍ଗ, ବଙ୍ଗାଇଗାଓଁ, କୋକରାଜ, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, ମୋରିଗାଓଁ, ନାଗାଓଁ, ଗୋଲାଘାଟ, ଜୋରହାଟ, ମଜୁଲି, ସିଭାସାଗର, ଡିବ୍ରୁଗଡ ଏବଂ ଟିନୁସୁକିଆ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ।

ଆସାମ ବନ୍ୟା ସ୍ଥିତି ସଙ୍ଗୀନ, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି

ସେପଟେ ବନ୍ୟା ଯୋଗୁଁ ବ୍ରହ୍ମପୁତ୍ର ନଦୀ ବିପଦ ସ୍ଥିତି ଦେଇ ପ୍ରବାହିତ ହେଉଛି । ଏହି ବନ୍ୟାରେ ଆସାମର 1289 ଗ୍ରାମ ଏବଂ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି । ଏଥିସହ ପାଖାପାଖି 37, 313.46 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।

ଏପଟେ ଆସାମ ସରକାର ପ୍ରଭାବିତ ଜିଲ୍ଲା ଅଧିକାରୀଙ୍କୁ କୋରୋନା ନିୟମ ମାନି ଲୋକଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ତ୍ତମାନ ଆସାମର 109 ରିଲିଫ କ୍ୟାମ୍ପରେ 21,416 ରୁ ଅଧିକ ଲୋକ ଆଶ୍ରୟ ନେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2020, 8:04 PM IST

ABOUT THE AUTHOR

...view details