ଗୌହାଟି: ଆସାମରେ ବେହାଲ ବନ୍ୟା ପରିସ୍ଥିତି । ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଫଳରେ ମୃତ୍ୟୁ ସଂଖ୍ୟା 42 ଛୁଇଁଛି । ଏନେଇ ଆସାମ ବିପର୍ଯ୍ୟୟ ପରିଚାଳା ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି । 33 ଜିଲ୍ଲାରୁ 20ଟି ଜିଲ୍ଲା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । 1,109 ଗାଁର 6 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । 46,000 ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି । ବନ୍ୟା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଥିବା ବ୍ରିଜ, କଲଭର୍ଟ ଓ ରାସ୍ତା ଧୋଇ ହୋଇଯାଇଛି । ବ୍ରହ୍ମପୁତ୍ର, ଡିସଙ୍ଗ, ଧାନସିରୀ, ଜିଆ ଭରଲୀ, ପୁଥିମାରି, ବେକିଂ ଓ ଗୌରାଙ୍ଗ ପ୍ରମୁଖ ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଇଛି ।
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ, ମୃତ୍ୟୁ ସଂଖ୍ୟା 42କୁ ବୃଦ୍ଧି - assam flood
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ । 1,109 ଗାଁର 6 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ । 46,000 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ....
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ, ମୃତ୍ୟୁ ସଂଖ୍ୟା 42କୁ ବୃଦ୍ଧି
9ଟି ଜିଲ୍ଲାରେ 92ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ 8,474 ଲୋକ ଆଶ୍ରୟ ନେଇଛନ୍ତି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 41 ଜନ୍ତୁଙ୍କ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ