ଓଡିଶା

odisha

By

Published : Jul 11, 2020, 7:52 AM IST

ETV Bharat / bharat

ଆସାମ ବନ୍ୟା ପରିସ୍ଥିତିରେ ସୁଧାର, ଏବେ ବି ଜଳବନ୍ଦୀରେ 724 ଗାଁ

ଆସାମର ବନ୍ୟା ପରିସ୍ଥିତିରେ ସୁଧାର । 14 ଜିଲ୍ଲାର 3,41,837 ଲୋକେ ପ୍ରଭାବିତ। ଜଳବନ୍ଦୀରେ 724 ଗାଁ । ଅଧିକ ପଢନ୍ତୁ...

Assam flood situation worsens, 3.4 lakh affected in 14 districts
ଆସାମର ବନ୍ୟା ପରିସ୍ଥିତିରେ ସୁଧାର,ଜଳବନ୍ଦୀରେ 724 ଗାଁ

ଗୌହାଟୀ : ଆସାମର ବନ୍ୟା ପରିସ୍ଥିତିରେ ଆସୁଛି ସୁଧାର । 14 ଜିଲ୍ଲାର 3,41,837 ଲୋକେ ପ୍ରଭାବିତ ହୋଇଛନ୍ତି । ଏନେଇ ଆସାମ ବିପର୍ଯ୍ୟୟ ପରିଚାଳନା ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା 64କୁ ଛୁଇଁଛି । ସେହିପରି ଦୁଇଟି ଜିଲ୍ଲା ଉଦଲଗିରି ଓ ଦିବରୁଗଡ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ କରିଛି । ଆସାମ ଓ ମେଘାଳୟର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆରଏମସି ଡେପୁଟି ଡାଇରେକ୍ଟର କହିଛନ୍ତି ଯେ ଶନିବାର ଦିନ କେତେକ ସ୍ଥାନରେ ବର୍ଷା ଏବଂ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଆସାମର 14 ଜିଲ୍ଲାର ପାଖାପାଖି 1.3 ଲୋକେ ପ୍ରଭାବିତ ହୋଇଥିବାବେଳେ ଧିମାଜି ଜିଲ୍ଲା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଲଖିମପୁରର 75,000 ଓ ବରପେଟର 63,000 ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । 724 ଗାଁ ଏବେବି ଜଳବନ୍ଦୀରେ ରହିଥିବାବେଳେ 46,797.09 ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି । 6ଟି ଜିଲ୍ଲାରେ 41ଟି ରିଲିଫ କ୍ୟାମ୍ପ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳରେ 2,386 ଲୋକେ ଆଶ୍ରୟ ନେଇଛନ୍ତି । ବ୍ରହ୍ମପୁତ୍ର ନଦୀ ଜୋରହାଟର ନିମାଟିଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 48 ଜନ୍ତୁ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details