ଗୌହାଟୀ:ସଙ୍ଗୀନ ହେବାରେ ଲାଗିଛି ଆସାମର ବନ୍ୟାସ୍ଥିତି । ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । 33ଟି ଜିଲ୍ଲାରୁ 24ଟି ଜିଲ୍ଲା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । 2,015 ଗାଁର 13 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ 82,546 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । 16ଟି ଜିଲ୍ଲାର224 ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ,21,071 ଲୋକେ ଆଶ୍ରୟ ନେଇଛନ୍ତି ।
ଆସାମ ବନ୍ୟା ସ୍ଥିତି: 82,546 ହେକ୍ଟର ଚାଷ ଜମି ନଷ୍ଟ, ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି - ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି
ଅଣାୟତ୍ତ ଆସାମର ବନ୍ୟା ସ୍ଥିତି । 13 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି । ଅଧିକ ପଢନ୍ତୁ...

ବ୍ରହ୍ମପୁତ୍ର ନଦୀ ଦିବ୍ରୁଗଡ, ଜୋରହାଟର ନେମାଟିଘାଟ,ସୋନିତପୁରର ତେଜପୁର ଓ ଧୁବ୍ରି ସହରର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମୋରିଗାଓଁ, ଟିନସୁକିଆ, ଧୁବ୍ରି, ନାଗାଓଁ, ନାଲବାରୀ, ବାରପେଟା, ଧମାଜୀ, ଉଦଲଗୁରି, ଗୋଲପାରା ଏବଂ ଡିବ୍ରୁଗଡ ଜିଲ୍ଲାରେ 27 ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟର 33 ଟି ଜିଲ୍ଲା ମଧ୍ୟରୁ 24ଟି ବନ୍ୟା ପ୍ରଭାବିତ ହୋଇ ଥିବା ବେଳେ 16ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । 18 ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା,ପୋଲ ଓ କଲଭର୍ଟ ଧୋଇ ହୋଇଯାଇଛି । ବନ୍ୟା ଯୋଗୁଁ ପ୍ରାୟ 810 ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଥିବାବେଳେ 8.03 ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ତେବେ ଜଳବନ୍ଦୀ ଥିବା ଅଞ୍ଚଳ ଗୁଡିକକୁ ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ ବଣ୍ଟନ କରାଯାଉଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ