ଗୌହାଟୀ: ସୁଧୁରିବାରେ ଲାଗିଛି ଆସାମର ବନ୍ୟା ପରିସ୍ଥିତି । ହେଲେ ଲୋକଙ୍କ ଦୁର୍ଦ୍ଦଶା ଥମିନି । ତିନି ଜିଲ୍ଲାର 11,812 ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ରାଜ୍ୟର ଧିମାଜି, ଲଖିମପୁର, ବକସା ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ବେଳେ ଲକ୍ଷିମପୁର ଜିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ଲକ୍ଷିମପୁର 9,600 ଲୋକେ ପ୍ରଭାବିତ ହୋଇଥିବା ବେଳେ ଧିମାଜିରେ 1,912 ଓ ବକ୍ସାରେ 300 ପ୍ରଭାବିତ ହୋଇଛନ୍ତି । 31 ଗାଁ ଜଳବନ୍ଦୀରେ ରହିଥିବା ବେଳେ 1,630 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ।
ସୁଧୁରୁଛି ଆସାମର ବନ୍ୟା ସ୍ଥିତି, 31 ଗାଁ ଏବେ ବି ଜଳବନ୍ଦୀ - ଆସାମ ବନ୍ୟା
ସୁଧୁରୁଛି ଆସାମର ବନ୍ୟା ସ୍ଥିତି । ତିନି ଜିଲ୍ଲାର 11,812 ଲୋକେ ପ୍ରଭାବିତ । 31 ଗାଁ ଜଳବନ୍ଦୀ , 1,630 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ...
ସୁଧୁରୁଛି ଆସାମର ବନ୍ୟା ସ୍ଥିତି, ମୃତ୍ୟୁସଂଖ୍ୟା 112କୁ ବୃଦ୍ଧି
ସେପଟେ, ବ୍ରହ୍ମପୁତ୍ର ନଦୀ ସୋନିଟପୁର ଜିଲ୍ଲାର ଜୋରହାଟର ନେମାଟିଘାଟ ଓ ତେଜପୁରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗୋଲାଘାଟରେ ଧାନସିରୀ ଏବଂ ଜିଆ ଭରଲୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । ଲଖିମପୁର ଓ ଧିମାଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ 126 ଲୋକେ ଆଶ୍ରୟ ନେଇଛନ୍ତି । ତେବେ ଚଳିତ ଥର ବନ୍ୟାରେ 122 ଲୋକଙ୍କ ଜୀବନ ଯାଇଥିବା ବେଳେ ଭୁସ୍ମଳନରେ 26 ଲୋକଙ୍କ ମୃତ୍ୟୁ ହୋଇଛି । ତେବେ, ବନ୍ୟା ଯୋଗୁଁ ରାସ୍ତା, ପୋଲ, କଲଭର୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି ।