ଗୌହାଟୀ : ସୁଧୁରୁଛି ଆସାମର ବନ୍ୟା ପରିସ୍ଥିତି । 12 ଜିଲ୍ଲାର 11, 600ରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା 64ରେ ପହଞ୍ଚିଛି । ଏନେଇ ଆସାମ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଭୁସ୍ଖଳନରେ 24 ଓ ଡେଙ୍ଗୁରେ 40ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଧିମାଜିରେ 58,000 , ଲଖିମପୁରର 33,000 ଓ ବରପେଟର 45,800 ଲୋକେ ପ୍ରଭାବିତ ହୋଇଛନ୍ତି । ଏବେବି,400ଟି ଗାଁ ଜଳବନ୍ଦୀରେ ରହିଥିବା ବେଳେ 26,676.25 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।
ସୁଧୁରୁଛି ଆସାମର ବନ୍ୟା ସ୍ଥିତି, ଜଳବନ୍ଦୀରେ 400 ଗାଁ
ସୁଧୁରୁଛି ଆସାମର ବନ୍ୟା ସ୍ଥିତି । 12 ଜିଲ୍ଲାର 11, 600ରୁ ଅଧିକ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା ଛୁଇଁଲା 64 । ଅଧିକ ପଢନ୍ତୁ....
ସୁଧୁରୁଛି ଆସାମର ବନ୍ୟା ସ୍ଥିତି, ଜଳବନ୍ଦୀରେ 400 ଗାଁ
ପାଞ୍ଚଟି ଜିଲ୍ଲାରେ 34 ଟି ରିଲିଫ୍ କ୍ୟାମ୍ପ କରାଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳରେ 1,075 ଲୋକ ଆଶ୍ରୟ ନେଇଛନ୍ତି । ବ୍ରହ୍ମପୁତ୍ର ଜୋରହାଟର ନିମାଟିଘାଟ ଏବଂ ଧୁବ୍ରି ଜିଲ୍ଲାର ଧୁବ୍ରି ସହରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ,ଲଖିମପୁର ,ଚିରାଙ୍ଗ,ବରପେଟ ଓ ଧିମାଜୀରେ ରାସ୍ତା,କଲଭର୍ଟ ଓ ବ୍ରିଜ ସବୁ ଧୋଇ ହୋଇ ଯାଇଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ଡେଙ୍ଗୁ ଯୋଗୁଁ 48 ଜନ୍ତୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।