ଗୌହାଟି: ବନ୍ୟାରେ ବେହାଲ ଆସାମ । ଏହି ବନ୍ୟାରେ କେବଳ ମଣିଷ ନୁହେଁ ଜୀବଜନ୍ତୁ ମଧ୍ୟ ବନ୍ୟା ବିଭୀଷିକାରେ ପୀଡିତ । କାଜିରଙ୍ଗା ଜାତୀୟ ଉଦ୍ୟାନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଗଲାଣି । ଏଭଳି ସମୟରେ ବନ୍ୟାରେ ଅନେକ ଜୀବଜନ୍ତୁଙ୍କ ଜୀବନ ଗଲାଣି । ସେହିପରି ଅନେକ ଜୀବ ସୁରକ୍ଷିତ ସ୍ଥାନକୁ ପ୍ରାଣ ବଞ୍ଚାଇବାରେ ଲାଗିଛନ୍ତି । ବନ୍ୟାରୁ ରକ୍ଷା ପାଇବା ପାଇଁ ଏକ ମହାବଳ ବାଘ ଘରେ ଶେଯରେ ଆରାମ କରୁଥିବା ଚିତ୍ର ଦେଖା ଦେଇଛି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି ।
ବାହାରେ ଭୀଷଣ ବନ୍ୟା: ଘର ଖଟିଆରେ ଆରାମ କରୁଛନ୍ତି ମାମୁଁ - rest-in-a-house
ବନ୍ୟାରୁ ରକ୍ଷା ପାଇବା ପାଇଁ ଏକ ମହାବଳ ବାଘ ଘରେ ଶେଯରେ ଆରାମ କରୁଥିବା ଚିତ୍ର ଦେଖା ଦେଇଛି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି ।
![ବାହାରେ ଭୀଷଣ ବନ୍ୟା: ଘର ଖଟିଆରେ ଆରାମ କରୁଛନ୍ତି ମାମୁଁ](https://etvbharatimages.akamaized.net/etvbharat/prod-images/768-512-3871402-thumbnail-3x2-tiger.jpg)
ଡିଜାଇନ ଫଟୋ
କାଜିରଙ୍ଗା ଜାତୀୟ ଉଦ୍ୟାନ ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ଥିବା ଏକ ଘରେ ମହାବଳ ବେଡ୍ରେ ଶୋଇଥିବା ଏକ ଫଟୋକୁ ଫଟୋକୁ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ୍ କରାଯାଇଛି । ଏହାସହ ବାଘଟିକୁ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କିରବା ପ୍ରଚେଷ୍ଟା ଜାରି ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ ଆସାମରେ ଏ ପର୍ଯ୍ୟନ୍ତ ମୋଟ 39 ପଶୁଙ୍କ ଜୀବନ ଯାଇଥିବା ଖବର ରହିଛି । ଏମାନଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । ଏହାସହ 52 ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବନ୍ୟା ପରେ ଅଧିକାଂଶ ପ୍ରାଣୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।