ଓଡିଶା

odisha

ETV Bharat / bharat

ଆସାମରେ ବନ୍ୟା ସ୍ଥିତି: 11 ଜିଲ୍ଲାର 3 ଲକ୍ଷ ପ୍ରଭାବିତ - ଆସାମରେ ବନ୍ୟା ପରିସ୍ଥିତି

ବୁଧବାର ଆସାମରେ ବନ୍ୟା ପରିସ୍ଥିତି ଆହୁରି ବିଗିଡି ଯାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି ଓ 11 ଟି ଜିଲ୍ଲାରେ ପ୍ରାୟ 3 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

assam flood  condition
ଆସାମରେ ବନ୍ୟା ସ୍ଥିତି

By

Published : May 28, 2020, 9:52 AM IST

ଗୌହାଟୀ: ବୁଧବାର ଆସାମରେ ବନ୍ୟା ପରିସ୍ଥିତି ଆହୁରି ବିଗିଡି ଯାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି ଓ 11 ଟି ଜିଲ୍ଲାରେ ପ୍ରାୟ 3 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ ଗୋଲପାରା ଜିଲ୍ଲାର ରଙ୍ଗଜୁଲିରେ ଜଣଙ୍କର ମୃତ୍ୟୁ ଘଟିଛି।

ଧାମଜୀ, ଲକ୍ଷ୍ମୀପୁର, ନାଗାଓଁ, ହୋଜାଇ,ଦରଙ୍ଗ, ବାରପେଟା, ନଲବାଡୀ, ଗୋଲପାରା, ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ, ଦିବ୍ରୁଗଡ ଏବଂ ତିନସୁକିଆ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ 2.72 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗୋଲପାରା ହେଉଛି ସର୍ବାଧିକ ପ୍ରଭାବିତ ଜିଲ୍ଲା, ଏଥିରେ 2.15 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହାପରେ ନାଲବାରୀରେ 22,000 ରୁ ଅଧିକ ଓ ନାଗାଓଁରେ ପ୍ରାୟ 11,000 ଲୋକ ଅଛନ୍ତି।

ଗୋଲପାରାଠାରେ ଗତ 24 ଘଣ୍ଟା ମଧ୍ୟରେ NDRF ଓ SDRF 9 ଜଣଙ୍କୁ ଉଦ୍ଧାର କରିଥିବାବେଳେ ପ୍ରଭାବିତଙ୍କ ମଧ୍ୟରେ 172.53 କ୍ବିଣ୍ଟାଲ ଚାଉଳ, ମସୁର ଡାଲି, ଲୁଣ ଓ 804.42 ଲିଟର ସୋରିଷ ତେଲ ବଣ୍ଟନ କରାଯାଇଛି। ବ୍ରହ୍ମପୁତ୍ର ଜୋରହାଟର ନିମତିଘାଟରେ ବର୍ଷାପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ASDMA କହିଛି ଯେ ବର୍ତ୍ତମାନ 321 ଟି ଗାଁ ଜଳମଗ୍ନ ହୋଇଛି ଓ 2,678 ହେକ୍ଟର ଫସଲ ଜମି କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀମାନେ 5 ଟି ଜିଲ୍ଲାରେ 57 ଟି ରିଲିଫ୍ କ୍ୟାମ୍ପ ଓ ବିତରଣ କେନ୍ଦ୍ର ଚଳାଉଛନ୍ତି ଯେଉଁଠାରେ 16,720 ଲୋକ ଆଶ୍ରୟ ନେଇଛନ୍ତି।

ABOUT THE AUTHOR

...view details