ଗୌହାଟୀ: ଆସାମରେ ଜଣେ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ପରେ ଗୌହାଟୀ ମେଡିକାଲ କଲେଜକୁ ବନ୍ଦ କରି ଦିଆଯାଇଛି । ଆସାମ ସରକାର ନୂତନ ରୋଗୀଙ୍କ ପାଇଁ ଗୌହାଟୀ ମେଡିକାଲ କଲେଜ ବନ୍ଦ କରି ଦେଇଛନ୍ତି । ଆସାମରେ ଏପର୍ଯ୍ୟନ୍ତ 53ଟି କୋରୋନା ପଜିଟିଭ୍ ଚିହ୍ନଟ । ଦେଶର ଅନ୍ୟ ରାଜ୍ୟପରି ଆସାମରେ କୋରୋନା ଏବେ ଦ୍ରୁତ ଗତିରେ ବ୍ୟାପୁଛି । ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହେମନ୍ତା ବିଶ୍ୱ ଶର୍ମା କହିଛନ୍ତି ଯେ ସରକାର ଆସନ୍ତା କିଛି ଦିନ ପାଇଁ ନୂତନ ରୋଗୀଙ୍କ ପାଇଁ ଗୌହାଟୀ ମେଡିକାଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆସାମର ଡାକ୍ତର କୋରୋନା ପଜିଟିଭ୍: ଗୌହାଟୀ ମେଡିକାଲ କଲେଜକୁ ବନ୍ଦ କଲେ ସରକାର - ମେଡିକାଲ କଲେଜକୁ ବନ୍ଦ କଲେ ସରକାର
ଆସାମରେ ଜଣେ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ପରେ ଗୌହାଟୀ ମେଡିକାଲ କଲେଜକୁ ବନ୍ଦ କରି ଦେଇଛନ୍ତି ସରକାର । ଆସାମରେ ଏପର୍ଯ୍ୟନ୍ତ 53 ଟି କରୋନା ପଜିଟିଭ୍ ଚିହ୍ନଟ । ଅଧିକ ପଢନ୍ତୁ...

ଜଣେ ପିଜି ଛାତ୍ରଙ୍କୁ କରୋନା ପଜିଟିଭ୍ ଟିହ୍ନଟ ପରେ ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ଏବଂ ମେଡିକାଲ କଲେଜକୁ ପରିମଳ ବ୍ୟବସ୍ଥା କରାଯାଉଛି । ରୋଗୀଙ୍କ ପାଇଁ ମେଡିକାଲ କଲେଜ ବନ୍ଦ କରିବା ବ୍ୟତୀତ ପୂର୍ବରୁ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହିତ ରୋଗୀଙ୍କୁ ଯୋଗାଯୋଗ କରୁଥିବା ଲୋକଙ୍କ କରୋନା ନମୁନା ସଂଗ୍ରହ କରାଯାଉଛି । ବର୍ତ୍ତମାନ ପାଇଁ ମେଡିକାଲ୍ କଲେଜ ବନ୍ଦ କରିବାର ନିଷ୍ପତ୍ତି ସମସ୍ତଙ୍କ ହିତରେ ବୋଲି ବିଶ୍ୱ ଶର୍ମା କହିଛନ୍ତି ।
ଗୁରୁବାର ଦିନ ଆସାମରେ ଆଠ ଜଣ ନୂତନ କରୋନା ରୋଗୀ ନିଶ୍ଚିତ ହୋଇଥିଲେ । ଗୌହାଟୀର ଚାରିଜଣ ଏବଂ କାଚର ଜିଲ୍ଲାର ଚାରିଜଣ ରୋଗୀ ଥିଲେ। ନୂତନ ରୋଗୀଙ୍କ ଆଗମନ ପରେ ରାଜ୍ୟରେ ନିଶ୍ଚିତ ହୋଇଥିବା ମାମଲା ସଂଖ୍ୟା 53କୁ ବୃଦ୍ଧି ପାଇଛି ଯେଉଁଥିରେ ଏପର୍ଯ୍ୟନ୍ତ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି ।