ଓଡିଶା

odisha

By

Published : Sep 23, 2019, 3:42 PM IST

ETV Bharat / bharat

ଗୌହାଟୀ-ବ୍ୟାଙ୍କକ୍ ମଧ୍ୟରେ ବିମାନ ସେବା ଆରମ୍ଭ

ଗୌହାଟୀ-ବ୍ୟାଙ୍କକ୍ ମଧ୍ୟରେ ଆରମ୍ଭ ହୋଇଯାଇଛି ବିମାନ ସେବା । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ କିଛି ମାସ ଭିତରେ ଗୌହାଟୀରୁ କାଠମାଣ୍ଡୁ, ୟାଙ୍ଗୁନ, ହାନୋଇ ଏବଂ କୁଆଲାଲମ୍ପୁରକୁ ଉଡିବ ବିମାନ।

ଫାଇଲ ଫଟୋ

ଦିସପୁର: ଆସାମ ଗୌହାଟୀରୁ ବ୍ୟାଙ୍କକ୍ ମଧ୍ୟରେ ଆରମ୍ଭ ହୋଇଯାଇଛି ବିମାନ ସେବା । ଏହାର ଶୁଭାରମ୍ଭ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଲୋକପ୍ରିୟ ଗୋପିନାଥ ବୋରଦୋଲୋଇ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଛି ଏହି ଦୁଇ ସ୍ଥାନ ମଧ୍ୟରେ ଚଳାଚଳ କରୁଥିବା ବିମାନ ।

ଫଟୋ ସୌଜନ୍ୟ: ଏଏନଆଇ

ତେବେ ତିନି ଘଣ୍ଟାରୁ କମ ସମୟ ଭିତରେ ବ୍ୟାଙ୍କକରେ ପହଞ୍ଚିବ ବିମାନ । ଏହା କେବଳ ଯାତ୍ରୀଙ୍କ ପାଇଁ ଉପଯୋଗୀ ହେବା ନାହିଁ । ଆସାମ ଓ ଥାଇଲାଣ୍ଡ ଭିତରେ ଦ୍ବିପାକ୍ଷିକ ସମ୍ପର୍କ ବଢାଇବାରେ ମଧ୍ୟ ସହାୟକ ହେବ । ଏହାପରେ ‘ଉଡାଣ’(UDAN) ଯୋଜନାରେ ଆହୁରି 6ଟି ବିମାନ ସେବା ଆରମ୍ଭ କରିବା ନେଇ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର ।

ଚଳିତ ବର୍ଷ ଜୁଲାଇ 1 ତାରିଖରେ ଗୌହାଟୀରୁ-ଢାକାକୁ ସ୍ପାଇସଜେଟ ବିମାନ ଉଡିଥିଲା । ଏନେଇ 100କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ଏହାର କିଛି ମାସ ଭିତରେ ଗୌହାଟୀରୁ କାଠମାଣ୍ଡୁ, ୟାଙ୍ଗୁନ, ହାନୋଇ ଏବଂ କୁଆଲାଲାମ୍ପରକୁ ମଧ୍ୟରେ ଆରମ୍ଭ ହେବ ବିମାନ ସେବା ।

For All Latest Updates

ABOUT THE AUTHOR

...view details