ଓଡିଶା

odisha

ETV Bharat / bharat

ମତଦାନରେ ଅନିୟମିତତା, ଜଣଙ୍କ ହାତରେ 15 ଭୋଟ - Karimganj constituency

ଦେଶରେ କାଁଭାଁ ନିର୍ବାଚନୀ ହିଂସା ହୋଇଥିବା ବେଳେ ଆସାମରୁ ଆସିଛି ମତଦାନରେ ଅନିୟମିତତା ଖବର । କରିମଗଞ୍ଜ ଆସନ ପାଇଁ ବାତିଆ ପ୍ରାଇମେରୀ ସ୍କୁଲରେ ମତଦାନ ଚାଲିଥିବାବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Apr 18, 2019, 6:00 PM IST

କରିମଗଞ୍ଜ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । 95 ଲୋକସଭା ଆସନ ପାଇଁ ଭୋଟ ଦେଉଛି ଭାରତ । ଦେଶରେ କାଁଭାଁ ନିର୍ବାଚନୀ ହିଂସା ହୋଇଥିବା ବେଳେ ଆସାମରୁ ଆସିଛି ମତଦାନରେ ଅନିୟମିତତା ଖବର । କରିମଗଞ୍ଜ ଆସନ ପାଇଁ ବାତିଆ ପ୍ରାଇମେରୀ ସ୍କୁଲରେ ମତଦାନ ଚାଲିଥିବାବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାର ପର୍ଦ୍ଦାଫାଶ କରିଛି ଇଟିଭି ଭାରତ କ୍ୟାମେରା ।

ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ପୋଲିଂ ଅଧିକାରୀ ଘଟଣାର ତଦନ୍ତ କରିଥିଲେ । ଜଣେ ଭୋଟର ଏକକାଳୀନ 14 ରୁ 15 ଭୋଟ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଧରାପଡିବା ପରେ ସେ ତାର ପରିବାର ପାଇଁ ମତଦାନ କରୁଥିବା କହିଛନ୍ତି ଉକ୍ତ ଭୋଟର । ଏଥିପାଇଁ ନିର୍ବାଚନ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଦାୟୀ କରିଛନ୍ତି ପୋଲିଂ ଅଧିକାରୀ । ସୁରକ୍ଷାକର୍ମୀଙ୍କ ଦାୟିତ୍ବହୀନତା ପାଇଁ ଏପରି ଅନିୟମିତତା ହେଉଥିବା କହିଛନ୍ତି ଅଧିକାରୀ ।

ABOUT THE AUTHOR

...view details