ଗୌହାଟୀ: ସିଏଏ ଆଇନ ଆସିବା ପରେ ଉତ୍ତର-ପୂର୍ବ ଭାରତରେ ପ୍ରତିବାଦରେ ବହ୍ନି ଦେଖିବାକୁ ମିଳିଛି । ଆସାମ ସବୁଠାରୁ ଅଶାନ୍ତ ହୋଇଉଠିଥିଲା । ତେବେ ବେଶ କିଛି ଦିନର ନୀରବତା ପରେ ପୁଣି ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି । ଶହଶହ ମହିଳା ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ସିଏଏ ପ୍ରତିବାଦରେ ରାଜରାସ୍ତାରେ ଶହଶହ ମହିଳା - ଗୌହାଟୀ
ସିଏଏ ଆଇନ ଆସିବା ପରେ ଉତ୍ତର-ପୂର୍ବ ଭାରତରେ ପ୍ରତିବାଦରେ ବହ୍ନି ଦେଖିବାକୁ ମିଳିଛି । ଆସାମ ସବୁଠାରୁ ଅଶାନ୍ତ ହୋଇଉଠିଥିଲା । ଏହି ପ୍ରତିବାଦରେ ମହିଳା ମାନେ ରାଜରାସ୍ତାରେ ରାଲି କରିଥିଲେ । ଅଧିକ ଖବର ପଢନ୍ତୁ...
ସିଏଏ ପ୍ରତିବାଦରେ ରାଜରାସ୍ତାରେ ଶହ ଶହ ମହିଳା
ମହିଳା ମାନଙ୍କ କହିବା କଥା ହେଲା, ସିଏଏ ଦ୍ବାରା ସେମାନେ ପ୍ରଭାବିତ ହେବେ ତେବେ ଏହି ଆଇନକୁ ସେମାନେ ଜୋରଦାର ବିରୋଧ କରୁଛନ୍ତି । କେବଳ ଏତିକି ନୁହେଁ ଶହଶହ ମହିଳା ରାଲିରେ ଆସି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।
ଯେଉଁଥିରେ କେନ୍ଦ୍ର ସରକାରଙ୍କ ଏହି ଆଇନକୁ ଜୋରଦାର ବିରୋଧ କରିଛନ୍ତି ଆସାମରେ ବସବାସ କରୁଥିବା ମହିଳା ।