ଚଣ୍ଡିଗଡ: ହରିୟାଣାର ପଞ୍ଚକୁଲାରେ ପ୍ରତିଷ୍ଠା ହେବ ଏସିଆର ସର୍ବବୃହତ ଆପେଲ ମାର୍କେଟ । ଏନେଇ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏହି ବଜାର ପଞ୍ଚକୁଲାର ସେକ୍ଟର 20ରେ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହା ହରିୟାଣା ବ୍ୟତୀତ ଚଣ୍ଡିଗଡ଼, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ପାଇଁ ଏକ କେନ୍ଦ୍ର ହେବ ଯେଉଁଠାରେ କୃଷକ ଏବଂ ଯୋଗାଣକାରୀମାନେ ଉତ୍ପାଦକୁ ଗ୍ରାହକଙ୍କୁ ସିଧାସଳଖ ବିକ୍ରି କରିପାରିବେ।
ପଞ୍ଚକୁଲାର ସେକ୍ଟର 20 ରେ ଫଳ ଏବଂ ପନିପରିବା ବଜାରରେ ନୂତନ ଭାବେ ନିର୍ମିତ ବଜାରକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବଜାର ହରିୟାଣାର ତଥା ପଡୋଶୀ ରାଜ୍ୟର ଆଖପାଖ ଅଞ୍ଚଳର କୃଷକ ତଥା ଯୋଗାଣକାରୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ କାରଣ ସେମାନେ ଉତ୍ପାଦକୁ ସିଧାସଳଖ ବଜାରକୁ ଆଣିବେ। ଅନ୍ୟପଟେ ଗ୍ରାହକମାନେ ତାଜା ଆତ ମଧ୍ୟ ପାଇପାରିବେ |