ଓଡିଶା

odisha

ETV Bharat / bharat

ନିଆରା ମଣିଷ ଆଶୁତୋଷ, ପ୍ଲାଷ୍ଟିକମୁକ୍ତ ପାଇଁ କରୁଛନ୍ତି ଅହରହ ସଚେତନ

ପ୍ଲାଷ୍ଟିକ ବିରୋଧରେ ସଚେତନ ପାଇଁ ବିହାରର ନିଆରା ଯୁବକ । ଯିଏ କି ଲୋକଙ୍କୁ ସଚେତନ କରିବା ପାଇଁ ଜୀବନକୁ ଉତ୍ସର୍ଗୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

plastic
ପ୍ଲାଷ୍ଟିକ ସଚେତନ ପାଇଁ ବିହାରର ନିଆରା ମଣିଷ

By

Published : Jan 3, 2020, 8:06 AM IST

ନାଳନ୍ଦା: ପ୍ଲାଷ୍ଟିକ ବିରୋଧରେ ସାରା ଦେଶରେ ଜାରି ରହିଛି ସଂଗ୍ରାମ । ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଥିଲା । ହେଲେ ଏବେ ବଦଳିଛି ସମୟ । ଲୋକେ ନିଜ ଆଡୁ ପ୍ଲାଷ୍ଟିକ ବିରୋଧରେ ଲଢେଇ କରୁଛନ୍ତି । ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ବିହାର ହିଲାସର ଜଣେ ସାମାଜିକ କର୍ମୀ । ଯିଏ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି ।

ପ୍ଲାଷ୍ଟିକ ସଚେତନ ପାଇଁ ବିହାରର ନିଆରା ମଣିଷ

ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ ସଚେତନ ପାଇଁ ଆଗକୁ ଆସିଛନ୍ତି ବିହାରର ଜଣେ ସାମାଜିକ କର୍ମୀ । ସେ ହେଉଛନ୍ତି ଆଶୁତୋଷ କୁମାର ମାନବ । ଦୀର୍ଘଦିନରୁ ସେ ଚଳାଇଛନ୍ତି ପ୍ଲାଷ୍ଟିକ ବିରୋଧରେ ଅଭିଯାନ । ନବମ ଶ୍ରେଣୀ ପଢିବା ସମୟରେ ଆଶୁତୋଷ ସାମିଲ ହୋଇଥିଲେ ସାମାଜିକ କାର୍ଯ୍ୟରେ । ଅଧିକାଂଶ ସମୟରେ ବିଭିନ୍ନ ଗାଁ ପରିଭ୍ରମଣ କରନ୍ତି ସେ । ଆଉ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ହେଉଥିବା କୁପ୍ରଭାବ ସମ୍ପର୍କରେ କରନ୍ତି ସଚେତନ ।

କେବଳ ବଡ ନୁହେଁ ଛୋଟପିଲାଙ୍କୁ ମଧ୍ୟ ସଚେତନ କରନ୍ତି ଆଶୁତୋଷ । ସେ ବିଭିନ୍ନ ସମୟରେ ସ୍କୁଲ ଯାଆନ୍ତି ଛାତ୍ରଛାତ୍ରୀଙ୍କ ସହ ଯୁବପିଢିଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଆକୃଷ୍ଟ କରନ୍ତି । ଏହାବ୍ୟତୀତ ପିଲାଙ୍କ ଅଭିଭାବକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କହିବା ସହ, ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର ପାଇଁ ଦିଅନ୍ତି ପରାମର୍ଶ । ଆଶୁତୋଷଙ୍କ ଏହି ପ୍ରୟାସ ଯୋଗୁଁ ସମାଜରେ ଅନେକ ପ୍ରଭାବ ପକାଇପାରିଛି । ସମାଜ ପରିବର୍ତ୍ତନ କରିବାର ସୁତ୍ରଧର ସାଜିଥିବା ଆଶୁତୋଷ, ଆଖପାଖ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର କରିବାକୁ ଦିଅନ୍ତି ନାହିଁ ।

ପୂର୍ବରୁ ତମାଖୁ ବିରୋଧରେ ଆନ୍ଦୋଳନ ଚଳାଉଥିବା ଆଶୁତୋଷ ବର୍ତ୍ତମାନ ସ୍ବଚ୍ଛ ଭାରତ ମିଶନ ଓ ଜଳ ଜୀବନ ହରିୟାଲି ମିଶନରେ କରୁଛନ୍ତି କାମ । ସମସ୍ତେ ନିଜ ପାଇଁ ବଞ୍ଚୁଥିବା ବେଳେ ସମାଜ ପାଇଁ ନିଜକୁ ଉତ୍ସର୍ଗକୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details