ଓଡିଶା

odisha

ETV Bharat / bharat

ବିଜେପି ଚାହୁଁଛି କେହି ଭୁଲ ଦେଖନ୍ତୁନି କି ପ୍ରଶ୍ନ କରନ୍ତୁନି: ଅଶୋକ ଗେହଲଟ୍ - ବିଜେପି ଉପରେ ବର୍ଷିଲେ ଅଶୋକ ଗେହଲଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜେପିର ବିରୋଧୀଙ୍କୁ ଚୁପ୍ କରିବା ପ୍ରୟାସକୁ କଂଗ୍ରେସ କଦାପି ହେଲେ ସଫଳ ହେବାକୁ ଦେବ ନାହିଁ ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jul 6, 2020, 5:35 PM IST

ଜୟପୁର: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, କୋରୋନା ଓ ଚୀନ୍ ମଧ୍ୟରେ ଥିବା ତିକ୍ତତା ସମ୍ପର୍କରେ ମୋଦି ସରକାରଙ୍କୁ ବାରମ୍ବାର ପ୍ରଶ୍ନ ବାଣ ମାରୁଛନ୍ତି । ରାହୁଲ ଗାନ୍ଧୀଙ୍କ ପ୍ରଶ୍ନକୁ ମଧ୍ୟ ବିଜେପି ଉପଯୁକ୍ତ ଢଙ୍ଗରେ ଜବାବ ଦେବା ସହ କଡା ସମାଲୋଚନା ମଧ୍ୟ କରୁଛି । ଏପରି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜେପିର ବିରୋଧୀଙ୍କୁ ଚୁପ୍ କରିବା ପ୍ରୟାସକୁ କଂଗ୍ରେସ କଦାପି ହେଲେ ସଫଳ ହେବାକୁ ଦେବ ନାହିଁ ।

ଫଟୋ ସୌଜନ୍ୟ: ଟ୍ବିଟର@ashokgehlot51

ଏହାସହ ବିଜେପି ସଭାପତି ଜେପି ନଡ୍ଡା ରାହୁଲ ଗାନ୍ଧୀଙ୍କୁ ନେଇ ଦେଇଥିବା ବିବୃତ୍ତି ଉପରେ ସିଏମ ଗେହଲଟ୍ ଟ୍ବିଟ କରି କହିଛନ୍ତି ଯେ, ଯେତେବେଳେ ରାହୁଲ ଗାନ୍ଧୀ ସରକାରଙ୍କ ଭୁଲ ନୀତି ଉପରେ ପ୍ରଶ୍ନ କରନ୍ତି, ସେତେବେଳେ ବିଜେପି ନେତାମାନେ ଏତେ କ୍ରୋଧିତ ହେବା ସହ ଏତେ ଚିଡ୍‌ ଚିଡ୍‌ ଉତ୍‌କ୍ଷିପ୍ତ ହୋଇଯାଉଛନ୍ତି କାହିଁକି ? ବିଜେପି କେଉଁ ପ୍ରକାର ଗଣତନ୍ତ୍ର ଚାହୁଁଛି - ଯେଉଁଠାରେ କେହି ସେମାନଙ୍କର ଭୁଲ ଦେଖିବେ ନାହିଁ ଏବଂ କିଛି ପଚାରିବେ ନାହିଁ? ବୋଲି ସିଏମ ଟ୍ବିଟ କରି କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ashokgehlot51

ଦେଶରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉତ୍ତର, ପରାମର୍ଶ ଏବଂ ସହଯୋଗ ଲୋଡିବା ଜଣେ ଦାୟିତ୍ବପୂର୍ଣ୍ଣ ବିରୋଧୀ ନେତାର କର୍ତ୍ତବ୍ୟ, ଯାହା ରାହୁଲ କରୁଛନ୍ତି । ମାତ୍ର ରାହୁଲଙ୍କ ପ୍ରଶ୍ନରେ ବିଜେପି ସର୍ବଦା ସମାଲୋଚନା କରିବା ସହ ବିରୋଧ କରୁଛି । ବିରୋଧୀଙ୍କୁ ଚୁପ୍ କରିବା ପାଇଁ ବିଜେପିକୁ ସଫଳ ହେବାକୁ ଦେବ ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details