ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ: ଅଶୋକ ଗେହଲଟ - ଅଶୋକ ଗେହଲଟ

ଲଦାଖ ଗଲୱାନ ଘାଟିକୁ ନେଇ ଭାରତ ଚାଇନା ମୁହାଁମୁହିଁ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବିବୃତ୍ତିକୁ ପ୍ରତ୍ୟାହାର କରିବାକୁ କହିଛନ୍ତି ଅଶୋକ ଗେହଲଟ ।ଅଧିକ ପଢନ୍ତୁ...

asoke gehlot
ପ୍ରଧାନମନ୍ତ୍ରୀ ମାଦି ନିଜ ମନ୍ତର୍ବ୍ୟକୁ ପ୍ରତ୍ୟାହାର କରନ୍ତୁ

By

Published : Jun 29, 2020, 11:00 AM IST

ଜୟପୁର: ଲଦାଖ ଗଲୱାନ ଘାଟିକୁ ନେଇ ଭାରତ ଚାଇନା ମୁହାଁମୁହିଁ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବିବୃତ୍ତିକୁ ପ୍ରତ୍ୟାହାର କରିବାକୁ କହିଛନ୍ତି ଅଶୋକ ଗେହଲଟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୁନ-19 ରେ ଏକ ସର୍ବଦଳୀୟ ବୈଠକରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ଜୁନ 15ରେ ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାକୁ ନେଇ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ପରେ ଦେଶରେ କ୍ରୋଧର ବାତାବରଣ ସୃଷ୍ଚି ହୋଇଥିଲା । ଯାହାକୁ ନେଇ ଲୋକେ ବୟକଟ ଚାଇନା ଦାବି କରିଥିଲେ । ଏହାପରେ ଗତ ଜୁନ 19ରେ ପ୍ରଧାନମନ୍ତ୍ରୀ ମୋଦି ଏକ ସର୍ବଦଳାୟ ବୈଠକରେ କହିଥିଲେ, ଚୀନ ଆମ ସୀମା ଭିତରକୁ ପ୍ରବେଶ କରିନାହିଁ କି ଆମ ପୋଷ୍ଟକୁ କବଜା କରିନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ବିରୋଧୀ ଦଳ ଏହାକୁ ନେଇ ରାଜନୀତି ଆରମ୍ଭ କରିଥିଲେ । ଏହାକୁ ନେଇ ଅଶୋକ ଗେହଲଟ କହିଛନ୍ତି, ପ୍ରଧାନମନ୍ତ୍ରୀ ଏକ ଭୁଲ କରିଛନ୍ତି। ସେ ଜାଣିଶୁଣି କିମ୍ବା ଅଜାଣତରେ ଚୀନକୁ ଏକ ସାର୍ଟିଫିକେଟ୍ ଦେଇଛନ୍ତି । ଯାହା ଚୀନ ଚାହୁଁଥିଲା। କିନ୍ତୁର ଏହାର ଆବଶ୍ୟକ ନଥିଲା। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କ ବିବୃତ୍ତିକୁ ସେ ପ୍ରତ୍ୟାହାର କରିନେବା ଉଚିତ୍ ।

ଏଥିସହ ଅଶୋକ ଗେହଲଟ କହିଛନ୍ତି, ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାଙ୍କ ବିବୃତ୍ତିକୁ ଚୀନ୍ ସ୍ୱାଗତ କରୁଛି ।

ABOUT THE AUTHOR

...view details