ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା, ରାଜସ୍ଥାନରେ ବନ୍ଦ ହେଲା ଘରୋଇ ଯାନ ଚଳାଚଳ - rajasthan lockdown

ରାଜସ୍ଥାନରେ ନିଷିଦ୍ଧ ହେଲା ଘରୋଇ ଯାନ ଚଳାଚଳ । ରାଜ୍ୟବାସୀଙ୍କୁ କର୍ଫ୍ୟୁ ଓ ଲକଡାଉନ ପାଳିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ସୂଚନା ପାଇଁ ପଢନ୍ତୁ ...

ban on all private vehicles in Rajastan
ରାଜସ୍ଥାନରେ ନିଷିଦ୍ଧ ହେଲା ଘରୋଇ ଯାନ ଚଳାଚଳ

By

Published : Mar 24, 2020, 10:35 AM IST

ଜୟପୁର: ରାଜସ୍ଥାନରେ ଘରୋଇ ଯାନ ଚଳାଚଳକୁ ନିଷିଦ୍ଧ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସୋମବାର ପ୍ରତାପଗଡ ଓ ଯୋଧପୁରରୁ ଦୁଇଟି ଲେଖାଁଏ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 32କୁ ଛୁଇଁଛି । କୋଭିଡ-19ର ପ୍ରଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଘରୋଇ ଯାନ ଚଳାଚଳକୁ ନିଷିଦ୍ଧ ଘୋଷଣା କରିଛନ୍ତି ।

ସୋମବାର ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, କୋରୋନା ଭାଇରସ ସଂକ୍ରମଣରୁ ଜୀବନ ରକ୍ଷା କରିବା ପାଇଁ ସରକାର ମଙ୍ଗଳବାର ଠାରୁ ଅତ୍ୟାବଶ୍ୟକ ସେବା ଯାନବାହାନକୁ ବାଦ ଦେଇ ସମସ୍ତ ବେସରକାରୀ ଯାନ ଚଳାଚଳକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ରାତି 12ଟା ପରଠୁ ଟୋଲ ଗେଟ ବି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ସେହିଭଳି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ) ରୋହିତ କୁମାର ସିଂ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ କୋରୋନାର 1,227 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 32ଟି ପଜିଟିଭ, 1,112 ଟି ନକାରାତ୍ମକ ଥିବାବେଳେ 89ଟି ନମୂନା ରିପୋର୍ଟ ଅପେକ୍ଷାରେ ରହିଛି । ଗେହଲଟ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ପାଇଁ ସାରା ରାଜ୍ୟରେ ଲକଡାଉନ ଓ କର୍ଫ୍ୟୁ ଲଗାଯାଇଛି । ତେଣୁ ଏହାକୁ ପ୍ରତ୍ୟେକ ରାଜ୍ୟବାସୀ ଏହାକୁ ପାଳନ କରନ୍ତୁ ଏବଂ କୋରୋନା ଭାଇରସ ରୋକିବା ପାଇଁ ସରକାର ଓ ପ୍ରଶାସନକୁ ସାହାଯ୍ୟ କରନ୍ତୁ ।

@IANS

ABOUT THE AUTHOR

...view details