ଓଡିଶା

odisha

ETV Bharat / bharat

ଆଜିଠୁ ଆରମ୍ଭ ହେଲା ଆଷାଢ ଗୁପ୍ତ ନବରାତ୍ରୀ - ନବରାତ୍ରୀ

ଶକ୍ତି ସ୍ୱରୂପିଣୀ ମା' ଦୁର୍ଗା । ବର୍ଷକୁ ତାଙ୍କର 2ଥର ଗୁପ୍ତନବରାତ୍ରୀ ଆସିଥାଏ । ଏହି ସମୟରେ ମା'ଙ୍କ ପୂଜାର୍ଚ୍ଚନା ବେଶ ଫଳଦାୟକ ବୋଲି ମାନ୍ୟତା ରହିଛି । ତେବେ ଆଜି ଠାରୁ ମା'ଙ୍କ ଆଷାଢ ଗୁପ୍ତ ଆରମ୍ଭ ହୋଇଛି ।

ଆଜି ଠୁ ଆରମ୍ଭ ହେଲା ଆଷାଢ ଗୁପ୍ତ ନବରାତ୍ରୀ
ଆଜି ଠୁ ଆରମ୍ଭ ହେଲା ଆଷାଢ ଗୁପ୍ତ ନବରାତ୍ରୀ

By

Published : Jun 22, 2020, 12:39 PM IST

ହାଇଦ୍ରାବାଦ: ଜଗତଜନନୀ ମା' ଦୁର୍ଗାଙ୍କ ଭକ୍ତ ବର୍ଷରେ 4ଥର ନବରାତ୍ରୀ ପୂଜା କରିଥାନ୍ତି । ଚୈତ୍ର, ଆଶ୍ବୀନ, ମାଘ ଓ ଆଷାଢ ମାସରେ ମା'ଙ୍କ ନବରାତ୍ରୀ ପୂଜା ହୋଇଥାଏ । କିନ୍ତୁ ମାଘ ଓ ଆଷାଢମାସର ନବରାତ୍ରୀ ଟିକେ ଅଲଗା । ଏହି ମାସର ନବରାତ୍ରୀକୁ ଗୁପ୍ତ ନବରାତ୍ରୀ କୁହାଯାଏ । ଏହି ଗୁପ୍ତ ନବରାତ୍ରୀରେ ମା' ଦୁର୍ଗାଙ୍କ ନଅ ସ୍ବରୂପ ବଦଳରେ 10 ମହାବିଦ୍ୟାଙ୍କ ପୂଜାର ବିଧାନ ରହିଛି । 22ଜୁନରୁ ଆଷାଢ ଗୁପ୍ତ ନବରାତ୍ରୀ ଆରମ୍ଭ ହୋଇ ଓ ଏହାର ସମାପନ 30ଜୁନରେ ହେବ ।

ତେବେ ମାଘ ଓ ଆଷାଢ ମାସରେ ପଡୁଥିବା ନବରାତ୍ରୀ ତନ୍ତ୍ର ବିଦ୍ୟାରେ ବିଶ୍ବାସ ରଖୁଥିବା ତାନ୍ତ୍ରିକଙ୍କ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ ରହିଛି । କାରଣ ଏହି 9ଦିନ ମା'ଙ୍କ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗୁପ୍ତ ନବରାତ୍ରୀ ପୂଜା ଅନ୍ୟ ନବରାତ୍ରୀ ପୂଜା ପରି କରାଯାଇଥାଏ । ନଅ ଦିନର ବ୍ରତର ସଂକଳ୍ପ ନେଇ ସାଧକ ପ୍ରଥମ ଦିନରେ ଘଟ ସ୍ଥାପନା କରିଥାଏ । ପ୍ରତିଦିନ ସକାଳେ ମା'ଦୁର୍ଗାଙ୍କ ପୂଜା କରାଯାଇଥାଏ । ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟା ପୂଜନର ବିଧି ରହିଛି ।

ଅନ୍ୟପଟେ ତନ୍ତ୍ର ସାଧକ ମା'ନଅ ସ୍ବରୀପ ପରିବର୍ତ୍ତେ 10 ମହାବିଦ୍ୟା-ମା'କାଳୀ, ତାରା ଦେବୀ, ତ୍ରୀପୁରା ସୁନ୍ଦରୀ, ଭୁବନେଶ୍ବରୀ,ମାତା ଛିନ୍ନମସ୍ତା, ତ୍ରୀପୁରା ଭୈରବୀ, ମା'ଧ୍ରୁମାବତି, ମା' ବଙ୍ଗଳାମୁଖୀ, ମାତଙ୍ଗୀ ଓ କମଳା ଦେବୀଙ୍କ ସାଧନା କରିଥାନ୍ତି ।

ABOUT THE AUTHOR

...view details