ନୂଆଦିଲ୍ଲୀ: ପୁଣି ବଢିଲା ଆଶାରାମ ବାପୁଙ୍କ ଅଡୁଆ । ଆଶାରାମଙ୍କ ଅହମ୍ମଦାବାଦ ଆଶ୍ରମରେ 2008ରେ ହୋଇଥିବା ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି । ଦୁଇ ଶିଶୁଙ୍କ ମୃତ୍ୟୁ ପାଇଁ ଆଶ୍ରମ ପ୍ରଶାସନ ହିଁ ଦାୟୀ । ଅବସରପ୍ରାପ୍ତ ବିଚାରପତି ଡି.କେ ଦ୍ବିବେଦୀଙ୍କ ଦେଇଥିବା ରିପୋର୍ଟରେ ଏହି କଥା ସ୍ପଷ୍ଟ ହୋଇଛି ।
ଦିପେଶ-ଅଭିଶେକ ମୃତ୍ୟୁ ମାମଲାର ଖୋଲିଲା ଗୁମର, ବଢିଲା ଆଶାରାମଙ୍କ ସମସ୍ୟା ! - ଆଶାରାମଙ୍କ ଅହମ୍ମଦାବାଦ ଆଶ୍ରମ
ପୁଣି ବଢିଲା ଆଶାରାମ ବାପୁଙ୍କ ପାଇଁ ଅଡୁଆ । 2008ରେ ଦିପେଶ-ଅଭିଶେକ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ ହୋଇଛି । ଦୁଇ ଶିଶୁଙ୍କ ମୃତ୍ୟୁ ପାଇଁ ଆଶ୍ରମ ପ୍ରଶାସନ ହିଁ ଦାୟୀ ବୋଲି ବସରପ୍ରାପ୍ତ ବିଚାରପତି ଡି.କେ ଦ୍ବିବେଦୀଙ୍କ ଦେଇଥିବା ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ।
ଫାଇଲ ଫଟୋ
ପ୍ରଶାସନର ଅବହେଳା କାରଣରୁ ଏପରି ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି । ତେବେ ଆଶ୍ରମ ପଛପଟ ନଦୀରେ ବୁଡିବା କାରଣରୁ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ତେଣୁ 10 ବର୍ଷରୁ କମ୍ ଶିଶୁଙ୍କୁ ନଦୀ ପାଖକୁ ଯିବାକୁ ବାରଣ କରିବାକୁ କୁହାଯାଇଛି ।