ନୂଆଦିଲ୍ଲୀ: ନଭେମ୍ବର 9 ତାରିଖରେ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ମସ୍ଜିଦ୍ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ଦିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ । ଏହି ରାୟ ପ୍ରକାଶ ପର ଠାରୁ ହାଇଦ୍ରାବାଦ ଏମପି ତଥା ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ଅସାଦୁଦ୍ଦିନ ଓୱେସୀ ଏହି ନିଷ୍ପତ୍ତିରେ ନିଜ ଅସନ୍ତୋଷ ଜାହିର କରିଆସୁଛନ୍ତି । ରାୟ ପ୍ରକାଶର 6 ଦିନ ପରେ ଶୁକ୍ରବାର ଟ୍ବିଟ କରି ‘ମୁଝେ ମେରି ମସଜିଦ୍ ବାପସ ଚାହିୟେ ଲେଖିଛନ୍ତି’ ।
ଟ୍ବିଟ କରି ମସଜିଦ୍ ଫେରାଇବାକୁ କହିଲେ ଓୱେସୀ - ମୁଝେ ଅପନି ମସଜିଦ୍ ବାପସ ଚାହିୟେ
ଅଯୋଧ୍ଯା ରାୟ ପ୍ରକାଶ ପର ଠାରୁ ହାଇଦ୍ରାବାଦ ଏମପି ତଥା ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ଅସାଦୁଦ୍ଦିନ ଓୱେସୀ ଏହି ନିଷ୍ପତ୍ତିରେ ନିଜ ଅସନ୍ତୋଷ ଜାହିର କରିଆସୁଛନ୍ତି । ରାୟ ପ୍ରକାଶର 6 ଦିନ ପରେ ଶୁକ୍ରବାର ଟ୍ବିଟ କରି ‘ମୁଝେ ମେରି ମସଜିଦ୍ ବାପସ ଚାହିୟେ ଲେଖିଛନ୍ତି’ ।
ଡିଜାଇନ ଫଟୋ
ଶୁକ୍ରବାର ସେ ନିଜ ଟ୍ବିଟର ପେଜରେ୍ ମୋତେ ମୋ ମସଜିଦ୍ ଫେରାଅ ବୋଲି ଲେଖିଛନ୍ତି । ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ସେ କହିଥିଲେ ସୁପ୍ରିମକୋର୍ଟ ପ୍ରକୃତରେ ସର୍ବୋପରି, କିନ୍ତୁ ଏହା ସବୁବେଳେ ନିର୍ଭୁଲ ନୁହନ୍ତି ବୋଲି କହିଥିଲେ । ଏହସହ ଓୱେସୀ ଆହୁରି କହିଥିଲେ ଯେ ୫ ଏକର ଜମିଦାନ ଗ୍ରହଣ କରିବୁ ନାହିଁ ।