ଓଡିଶା

odisha

ETV Bharat / bharat

ଓୱେସୀଙ୍କ ଟାର୍ଗେଟରେ ଅମିତ୍ ଶାହ - owaisi slam amit shah on CAA

ନାଗରିକତା ସଂଶୋଧନ ଆଇନକୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଟାର୍ଗେଟ କରିଛନ୍ତି ।

asaduddin owaisi
ଫାଇଲ ଫଟୋ

By

Published : Dec 16, 2019, 9:54 AM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଟାର୍ଗେଟ କରିଛନ୍ତି ।

ସେ ଅମିତ୍ ଶାହଙ୍କୁ ଏକ ଟ୍ବିଟ୍ ଜରିଆରେ ଟାର୍ଗେଟ କରି କହିଛନ୍ତି, ଏହା କିପରି ଚାଣକ୍ୟ ନୀତି ଅମିତ୍ ଶାହ ଜୀ, ଯେଉଁଠି ଆମର ପ୍ରିୟ ପଡୋଶୀ ଆମକୁ ଜିଡିପି ଏବଂ ଜୀବନ ସ୍ତର ସମ୍ପର୍କରେ ଜଣାଉଛନ୍ତି, ସେଇଠି ଆପଣ ଦେଶକୁ ଖୋଳ କରିବା ସମ୍ପର୍କରେ ଭାବୁଛନ୍ତି । ଏହାଛଡା ଓୱେସୀ ନିଜ ଟ୍ବିଟକୁ ଅମିତ୍ ଶାହଙ୍କୁ ଟ୍ୟାଗ କରି ଲେଖିଛନ୍ତି, ଆପଣଙ୍କୁ ଏକ ସେଲ୍ଫ ହେଲ୍ଫ ବୁକ୍ ବହି ଲେଖିବା ଦରକାର । ଯେଉଁଥିରେ କିପରି ଏକ ବନ୍ଧୁତ୍ବ ସମ୍ପର୍କ ଭାଙ୍ଗିବା ସହ ନିଜର ଭୁଲ୍କୁ ଲୁଚାଇ ହେବ ସେ ସମ୍ପର୍କରେ ଉଲ୍ଲେଖ ଥିବ ।

ପ୍ରକାଶଥାଉକି, ଗତ ଶନିବାର ଓୱେସୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଉଚ୍ଚନ୍ୟାୟଳୟରେ ଜନହିତ ଯାଚିକା ଦାୟରା କରିଥିବା କହିଥିଲେ । ଏଥିସହ ଏଆଇଏମଆଇଏମ ଭାରତର ବହୁଳବାଦୀ, ଧର୍ମନିରପେକ୍ଷ ସମ୍ବିଧାନିକ ଲୋକତନ୍ତ୍ରକୁ ବଜାୟ ରଖିବା ପାଇଁ ସଂଘର୍ଷ ଜାରି ରଖିବ । ଏଥିସହ ଏହି ସଂଘର୍ଷ ପାରୁ ପର୍ଯ୍ୟନ୍ତ ଜାରି ରହିବ ବୋଲି ଓୱେସୀ କହିଥିଲେ ।

ABOUT THE AUTHOR

...view details