ଓଡିଶା

odisha

ETV Bharat / bharat

ଜାଲିଆନାୱାଲାବାଗରେ ପରିବର୍ତ୍ତନ ହେବ ଶାହିନବାଗ ! - AIMIM

ଏଆଇଏମଆଇଏମର ଅଧ୍ୟକ୍ଷ ତଥା ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦିନ ଓୱେସୀ ବୁଧବାର ଶାହିନାବାଗକୁ ନେଇ ଦେଇଛନ୍ତି ସାଙ୍ଘାତିକ ମନ୍ତବ୍ୟ । ଅଧିକ ପଢନ୍ତୁ...

Asaduddin Owaisi
ଫାଇଲ ଫଟୋ

By

Published : Feb 7, 2020, 4:50 AM IST

ନୂଆଦିଲ୍ଲୀ: ଏଆଇଏମଆଇଏମର ଅଧ୍ୟକ୍ଷ ତଥା ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦିନ ଓୱେସୀ ବୁଧବାର ଶାହିନାବାଗକୁ ନେଇ ମନ୍ତବ୍ୟ ଦେଇଛନ୍ତି । ଦିଲ୍ଲୀ ନିର୍ବାଚନର ମତଦାନ ଦିନ ଅର୍ଥାତ ଫେବୃଆରୀ 8 ପରେ ଶାହିନବାଗରେ ଜାଲିଆନାୱାଲାବାଗ ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରିଛନ୍ତି । ଶାହିନବାଗରେ ସିଏଏ ବିରୋଧରେ ବିଗତ 50 ଦିନ ହେବ ଧାରଣା ଦିଆଯାଉଛି ।

ବୁଧବାର ସଂସଦର କାର୍ଯ୍ୟକ୍ରମ ସରିବା ପରେ ଓୱେସୀ ମିଡିଆକୁ ଫେବୃଆରୀ 8ରେ ମତଦାନ ଥିବା କହିଥିଲେ । ଏହାପରେ ବିଜେପି ଶାହିନବାଗରେ ଥିବା ଆନ୍ଦୋଳନକାରୀଙ୍କୁ ଗୁଳି ମାରିଦେବ ବୋଲି ସେ କହିଛନ୍ତି । ବିଜେପି ଶାହିନବାଗକୁ ଜାଲିଆନାୱାଲାବାଗରେ ପରିବର୍ତ୍ତନ କରିଦେବ ବୋଲି ସେ କହିଛନ୍ତି ।

ସିଏଏ ବିରୋଧରେ ଶାହିନବାଗରେ ଆନ୍ଦୋଳନ ଚାଲୁଥିବା ବେଳେ ଦିଲ୍ଲୀ-ନୋଏଡା ରାସ୍ତା ବନ୍ଦ କରାଯାଇଛି । ଏହାକୁ କେନ୍ଦ୍ର କରି ବିଜେପି ଆକ୍ରମଣ କରିଛି । ସାଂସଦ ଅନୁରାଗ ଠାକୁରଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା, ପର୍ବେଶ ବର୍ମା, କପିଲ ମିଶ୍ରା, ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଥିଲେ ।

ABOUT THE AUTHOR

...view details