ଓଡିଶା

odisha

ETV Bharat / bharat

ଭାରତ-ଚୀନ ସଂଘର୍ଷ; କି ପଦକ୍ଷେପ ନେଉଛନ୍ତି ସରକାର ପ୍ରଶ୍ନ କଲେ ଓୱେସୀ - aimim chief

ସର୍ବଦଳୀୟ ବୈଠକରେ ଡକାଯାଇ ନ ଥିବାରୁ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଅଧିକ ପଢନ୍ତୁ...

ଭାରତ-ଚୀନ ସଂଘର୍ଷ; କି ପଦକ୍ଷେପ ନେଉଛନ୍ତି ସରକାର: ଓୱେସୀ
ଭାରତ-ଚୀନ ସଂଘର୍ଷ; କି ପଦକ୍ଷେପ ନେଉଛନ୍ତି ସରକାର: ଓୱେସୀ

By

Published : Jun 20, 2020, 1:42 PM IST

ନୂଆଦିଲ୍ଲୀ: ଲଦାଖର ଗଲଓ୍ବାନରେ ଭାରତ-ଚୀନ ସଂଘର୍ଷକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେଲେ ଏହି ବୈଠକରେ ଏଆଇଏମଆଇଏମ, ଆପ ଓ ଆରଜେଡିକୁ ନିମନ୍ତ୍ରଣ କରାଯାଇ ନଥିଲା । ଯେଉଁଥିପାଇଁ 3 ଟି ଦଳ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରୋଶ ଭାବ ପ୍ରକାଶ କରିଛନ୍ତି ।

ସର୍ବଦଳୀୟ ବୈଠକରେ ଡକାଯାଇ ନ ଥିବାରୁ ଏଆଇଏମଆଇଏମ ସାଂସଦ ଓୱେସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଓୱେସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ଚୀନ ସୀମା ବିବାଦକୁ ନେଇ ଆପଣଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକକୁ ମୋ ଦଳ ନିମନ୍ତ୍ରଣ କରାଯାଇ ନାହିଁ, ଯାହା ଅତ୍ୟନ୍ତ ନିରାଶଜନକ।

ସେ ଟ୍ୱିଟ କରି କହିଛନ୍ତି ଯେ, ''ଭାରତୀୟ ଅଞ୍ଚଳରେ ଚୀନ ଅନୁପ୍ରବେଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଁ ଏକ ଚିଠି ଲେଖିଛି । ଆମେ ଆମର 20 ଜଣ ସାହସୀ ସୈନ୍ୟଙ୍କୁ ହରାଇଛୁ ଏବଂ ଚୀନ ମଧ୍ୟ ଆମର ଅଞ୍ଚଳ ଦଖଲ କରିଛି । ବର୍ତ୍ତମାନ କୌଣସି ପ୍ରକାରେ ଆମ ଜମିକୁ ଚୀନ ଠାରୁ ଉଦ୍ଧାର କରି ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ ନେବା ଏହା ସର୍ବୋତ୍ତମ ଉପାୟ''।

ଓୱେସୀ ମଧ୍ୟ 2014ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ସୀମାରେ ପରିସ୍ଥିତି ଉପରେ ଏକ ହ୍ବାଇଟ ପେପର ଜାରି କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଚୀନର ଅନୁପ୍ରବେଶ ଏବଂ ଏହା ସହ ଏହାର ପାରସ୍ପରିକ ସମ୍ପର୍କ ବିଷୟରେ ମୋଦି ସରକାର ସୂଚନା ଦେବା ଉଚିତ। ସେ ଚୀନ ଆଉ ଭାରତୀୟ ଜମିକୁ ନେଇ ସୂଚନା ମାଗିଛନ୍ତି । କହିଛନ୍ତି ଦେଶବାସୀ ଜାଣିବା ଦରକାର ଏହି ମାମଲରେ ସରକାର କି ପଦକ୍ଷେପ ନଉଛନ୍ତି ।

ABOUT THE AUTHOR

...view details