ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗିବାରେ ଲାଗିଛି । ଏହା ମଧ୍ୟରେ, କେତେକ ରାଜ୍ୟରେ କୋରୋନା ଟେଷ୍ଟିଂ ସଂଖ୍ୟା ହ୍ରାସ ପାଇଛି । ବିଶେଷ କଥା ହେଉଛି ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । କିନ୍ତୁ ଏଠାରେ କୋରୋନା ଟେଷ୍ଟିଂ ପୂର୍ବ ଅପେକ୍ଷା କମ ହେଉଛି ।
ସୂଚନାମୁତାବକ, ଜୁନ 3 ରୁ 11 ମଧ୍ୟରେ କୋରୋନା ଟେଷ୍ଟିଂ ହାରାହାରି 6540 ରୁ 5001 କୁ ହ୍ରାସ ପାଇଛି । ଏହି ଅବଧିରେ ସଂକ୍ରମିତଙ୍କ ସଂଖ୍ୟା 18.3% ରୁ 27.7% କୁ ବୃଦ୍ଧି ପାଇଛି । ମେ 16 ରୁ 28 ମଧ୍ୟରେ କୋରୋନା ଟେଷ୍ଟିଂ ସଂଖ୍ୟା 6660 ରୁ 4675 କୁ ହ୍ରାସ ପାଇଛି ।
ମହାରାଷ୍ଟ୍ରରେ କୋରୋନା ସଂକ୍ରମଣର ସଂଖ୍ୟା ଦିଲ୍ଲୀର ଦୁଇଗୁଣା ଏବଂ ଦେଶରେ ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ମେ 29 ରୁ ଜୁନ 6 ମଧ୍ୟରେ ଟେଷ୍ଟ ସଂଖ୍ୟା 14497 ରୁ 12764 କୁ ହ୍ରାସ ପାଇଛି । ଅବଶ୍ୟ, ଏହା 11 ଜୁନ ସୁଦ୍ଧା 14236କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମହାରାଷ୍ଟ୍ରର ପ୍ରତି 5ଟି ପରୀକ୍ଷଣରୁ ଜଣେ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ।