ଓଡିଶା

odisha

ETV Bharat / bharat

ଭାରତ ସୀମାରେ ଉତ୍ତେଜନା ବୃଦ୍ଧି ସହିତ ‘ଯୁଦ୍ଧ ପ୍ରସ୍ତୁତି’ ତ୍ବରାନ୍ବିତ କରିବା ଲାଗି ପିଏଲ୍‌ଏକୁ ଚୀନ୍‌ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ - war preparedness

ମଙ୍ଗଳବାର ଦିନ ବେଜିଂରେ ପିପୁଲ୍‌ସ ଲିବରେସନ ଆର୍ମି (PLA) ଏବଂ ସଶସ୍ତ୍ର ପୋଲିସ ବଳର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଭାରତ ସୀମାରେ ଉତ୍ତେଜନା ବୃଦ୍ଧି ସହିତ ‘ଯୁଦ୍ଧ ପ୍ରସ୍ତୁତି’ ତ୍ବରାନ୍ବିତ କରିବା ଲାଗି ପିଏଲ୍‌ଏକୁ ଚୀନ୍‌ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ
ଭାରତ ସୀମାରେ ଉତ୍ତେଜନା ବୃଦ୍ଧି ସହିତ ‘ଯୁଦ୍ଧ ପ୍ରସ୍ତୁତି’ ତ୍ବରାନ୍ବିତ କରିବା ଲାଗି ପିଏଲ୍‌ଏକୁ ଚୀନ୍‌ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

By

Published : May 27, 2020, 2:23 PM IST

ଭାରତ-ଚୀନ୍‌ ସୀମାରେ ଶତ୍ରୁଭାବ ଓ ଉତ୍ତେଜନା ବୃଦ୍ଧି ସହିତ ବିଶ୍ବର ଦୁଇ ବୃହତ୍ତମ ସେନା ବାହିନୀ ମୁହାଁମୁହିଁ ଅବସ୍ଥାରେ ରହିଥିବା ଏବଂ ତୁରନ୍ତ ସମାଧାନର କୌଣସି ସଙ୍କେତ ପରିଲକ୍ଷିତ ହୋଇ ନଥିବା ସମୟରେ, ମଙ୍ଗଳବାର ଦିନ ବେଜିଂରେ ପିପୁଲ୍‌ସ ଲିବରେସନ ଆର୍ମି (PLA) ଏବଂ ସଶସ୍ତ୍ର ପୋଲିସ ବଳର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରି ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି ।

ସଂପ୍ରତି ଲାଗି ରହିଥିବା କୋଭିଡ୍‌-19 ବିଶ୍ବ ମହାମାରୀର ‘ଚୀନ୍‌ର ସୁରକ୍ଷା ଏବଂ ବିକାଶ ଉପରେ ଗଭୀର ପ୍ରଭାବ’ ରହିଛି ବୋଲି ଗୁରୁତ୍ବାରୋପ କରିବା ସହିତ ଚୀନ୍‌ର ସର୍ବଶକ୍ତିସଂପନ୍ନ ସେଣ୍ଟ୍ରାଲ ମିଲିଟାରି କମିସନ (CMC) ମୁଖ୍ୟ ରାଷ୍ଟ୍ରପତି ଶି କହିଲେ, “ଆମେ ବିଜ୍ଞାନସମ୍ମତ ଉପାୟରେ ପରିସ୍ଥିତିକୁ ସଂଚାଳନ ଏବଂ ନିୟନ୍ତ୍ରଣ କରିବା, ସାମରିକ ସଂଘର୍ଷ ପାଇଁ ଆମ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବା, ପରିସ୍ଥିତିର ଆବଶ୍ୟକତା ଅନୁସାରେ ବାସ୍ତବ ସାମରିକ ପ୍ରଶିକ୍ଷଣକୁ କାର୍ଯ୍ୟକାରୀ କରିବା ଏବଂ ସାମରିକ ଅଭିଯାନ ପରିଚାଳନା କ୍ଷେତ୍ରରେ ଆମ ସେନା ବାହିନୀର ସାମର୍ଥ୍ୟକୁ ବ୍ୟାପକ ବୃଦ୍ଧି କରିବା ଉଚିତ ।”

ପୂର୍ବ ଲଦାଖର ଅନ୍ୟୂନ ତିନିଟି ସ୍ଥାନରେ ଉଭୟ ଦେଶର ସାମରିକ ବାହିନୀ ମୁହାଁମୁହିଁ ଅବସ୍ଥାରେ ରହିଥିବା ସମୟରେ ଚୀନ୍‌ ରାଷ୍ଟ୍ରପତିଙ୍କ ଏହି ଦୃଢ଼ୋକ୍ତି ଅନ୍ତତଃ ମୁକାବିଲା ମନୋଭାବକୁ ସୂଚାଇ ଦିଏ । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟର କାର୍ଯ୍ୟାଳୟ ରହିଥିବା ନୂଆଦିଲ୍ଲୀର ସାଉଥ୍‌ ବ୍ଲକ୍‌ ଘନଘନ ବୈଠକ ଓ ବାର୍ତ୍ତାଳାପ ଯୋଗୁଁ ଚଳଚଞ୍ଚଳ ହୋଇଉଠିଥିଲା ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଉଚ୍ଚପଦସ୍ଥ ସାମରିକ ଅଧିକାରୀମାନଙ୍କର ଏକ ବୈଠକ ବସିଥିଲା ।

ବୁଧବାର ସକାଳେ ଅନୁଷ୍ଠିତ ହେବାକୁ ଥିବା ଆର୍ମି କମାଣ୍ଡର୍‌ସ କନ୍‌ଫରେନ୍‌ସରେ ମୁଖ୍ୟତଃ ଏହି ପରିସ୍ଥିତି ସଂପର୍କିତ ଆଲୋଚନା ସ୍ଥାନ ପାଇବ ବୋଲି ଆଶା କରାଯାଉଛି ।

2020 ମସିହାରେ ଚୀନ୍‌ର ସାମରିକ ବାହିନୀ, ପିଏଲ୍‌ଏର ତ୍ରୟୋଦଶ ପଞ୍ଚବାର୍ଷିକ ଯୋଜନା ଶେଷ ହେଉଥିବା ବେଳେ ତାଙ୍କ ସମ୍ବୋଧନରେ ଚୀନ୍‌ ରାଷ୍ଟ୍ରପତି କହିଲେ, “ଏହି ମହାମାରୀର ପ୍ରଭାବକୁ ଅତିକ୍ରମ କରିବା ଲାଗି ଅସାଧାରଣ ପଦକ୍ଷେପ ନେବା, କଷ୍ଟସାଧ୍ୟ ସଂଘର୍ଷ ପାଇଁ ଯୋଜନା ଏବଂ କାର୍ଯ୍ୟକାରିତା ଉପରେ ମନୋନିବେଶ କରିବା, ଏବଂ ଗୁରୁ ଦାୟିତ୍ବ ନିର୍ବାହ କରିବା ସହିତ ରଣନୀତି ଆଧାରିତ ସାମର୍ଥ୍ୟର ବିଶେଷ ବିକାଶକୁ ସୁନିଶ୍ଚିତ କରିବା ଆବଶ୍ୟକ । ଆମ ସେନା ବାହିନୀକୁ ଗଢ଼ି ତୋଳିବା ପାଇଁ ‘ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା’ ପ୍ରଣୟନ ଆବଶ୍ୟକ ।”

ଏହି ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମ ଅବସରରେ, ଶୀର୍ଷସ୍ଥାନୀୟ ଆଠ ଜଣ ଅଧିକାରୀ ଉଦ୍‌ବୋଧନ ଦେଇ, ମହାମାରୀ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ପିଏଲ୍‌ଏର ଦାୟିତ୍ବ, ମହାମାରୀ ଜନିତ ସ୍ଥିତିରେ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଓ ପ୍ରସ୍ତୁତିକୁ ଶକ୍ତିଶାଳୀ କରିବା ଏବଂ ଜୈବିକ ନିରାପତ୍ତା ପ୍ରତିରକ୍ଷାକୁ ତ୍ବରାନ୍ବିତ କରିବା ଉପରେ ଧ୍ୟାନକେନ୍ଦ୍ରିତ କରିଥିଲେ ।

ଯେଉଁଠି ଅତୀତରେ ପିଏଲ୍‌ଏ ଉପରେ ନିୟନ୍ତ୍ରଣ ହାସଲ ପାଇଁ ରାଜନୈତିକ ପ୍ରତିଷ୍ଠାନକୁ ସଂଘର୍ଷ କରିବାକୁ ପଡ଼ିଥିଲା, ସେଭଳି ଏକ ଦେଶରେ ରାଷ୍ଟ୍ରପତି ଶି କହିଥିଲେ ଯେ, ‘ସାମରିକ ବାହିନୀ, ସରକାର ଓ ନାଗରିକଙ୍କ ଏକତା’କୁ କୋରୋନା ଭାଇରସ୍‌ ବିଶ୍ବ ମହାମାରୀ ପ୍ରମାଣିତ କରିଥିଲା । “ସ୍ବାଭାବିକ ଭାବେ ମହାମାରୀକୁ ପ୍ରତିହତ ଏବଂ ନିୟନ୍ତ୍ରଣ କରିବାର ଆବଶ୍ୟକତା ଥିବା ସ୍ଥିତିରେ ରହି ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତିର ଭିନ୍ନ ଭିନ୍ନ ମାର୍ଗ ଓ ଉପାୟ ଅନ୍ବେଷଣ କରିବା ଆବଶ୍ୟକ ।”

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟରେ, ବୈଠକରେ ଅଧ୍ୟକ୍ଷତା କରିଥିବା ସିଏମ୍‌ସିର ଉପାଧ୍ୟକ୍ଷ ଶୁ କ୍ବିଲାଙ୍ଗ, ଏବଂ ଝାଙ୍ଗ ୟୁସିଆ, ୱି ଫେନ୍‌ଗେ, ଲି ଜୁଓସେଙ୍ଗ, ମିଆଓ ହୁଆ ଏବଂ ଝାଙ୍ଗ ଶେଙ୍ଗମିନ୍‌ଙ୍କ ସମେତ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ସିଏମ୍‌ସି ଅଧିକାରୀମାନେ ସାମିଲ ହୋଇଥିଲେ ।

ସଞ୍ଜୀବ କୁମାର ବରୁଆ, ନୂଆଦିଲ୍ଲୀ

ABOUT THE AUTHOR

...view details